STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

କୃଷ୍ଣ ନାମ

କୃଷ୍ଣ ନାମ

1 min
221


କୃଷ୍ଣ ନାମ କର ଗଣ୍ଠିଧନରେ, ବାଇମନ ।

ରାମ ନାମ କର ଗଣ୍ଠିଧନରେ, ବାଇମନ ॥


ରାମ କୃଷ୍ଣ ନାମ ଧରି  ସଂସାରୁ ହୋଇବୁ ପାରି

ଏକଥାଟି ଆମୂଲ୍ୟ ବଚନରେ, ବାଇମନ ।।


ସଂସାର ରୂପି ସାଗରେ   ଭାସୁଅଛୁନିରନ୍ତରେ

କୂଳକୁ ତୁ ଲାଗିବୁ କେସନରେ, ବାଇମନ ।।


ଗୁରୁ ବିନା ଗତି ନାହିଁ   ନାବର ନାବିକ ସେହି

ପ୍ରଥମେ ଗୁରୁଙ୍କୁ କର ଧ୍ୟାନରେ, ବାଇମନ ।।


ଗୁରୁ ବିନା ଗତି ନାହିଁ   ନାବର ନାବିକ ସେହି

ପ୍ରଥମେ ଗୁରୁଙ୍କୁ କର ଧ୍ୟାନରେ , ବାଇମାନ ।।


ଗୁରୁ ଗତି ମୁକ୍ତି ଦାତା    ଗୁରୁ ହିଁ ଶ୍ରେଷ୍ଠ କରତା

ଗୁରୁ ହର ବ୍ରହ୍ମା ବିଷ୍ଣୁ ଜାଣରେ, ବାଇମନ ।।


ଗୁରୁ ବାକ୍ୟ ହୃଦେ ଧରି   ଚରଣ ସେବି ଶ୍ରୀହରି  

ରାଧା କୃଷ୍ଣ ପାଦେ ଦିଅ ମନରେ, ବାଇମନ ।।


ଭବୁ ତରି ଜିବୁତୁହି       ମନରେ ସଂଶୟନାହି

ରାଧାକୃଷ୍ଣ ନାମକର ଗାନ ରେ, ବାଇ ମନ ।।

                   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational