Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Inspirational

3  

Santosh Kumar Ojha

Inspirational

ବୁଝାମଣା

ବୁଝାମଣା

1 min
174



ବୁଝାମଣା ଯଦି ନିର୍ଭୁଲ୍ ରହିଲା

     ସୁଖ ପଡ଼ୁ ଥାଏ ଝରି 

ଜୀବନ ଜଞ୍ଜାଳ ହୁଏ ଅସମ୍ଭାଳ

   ବୁଝାମଣା ହେଲେ ଡେରି ।


ଭୁଲ୍ ଠିକ୍ ସବୁ ଜଣା ପଡ଼େ

    ବୁଝାମଣା ଥିଲେ ଠିକ୍  

ବୁଝି ନପାରିଲେ ଆନ ହୃଦୟକୁ

    ଜୀବନଟା ଲାଗେ ଧିକ୍ ।


ପିତା ମାତାଙ୍କର ବୁଝାମଣା ଥିଲେ

     ସନ୍ତାନ ହୁଅଇ ସୁଖି  

ସନ୍ତାନେ ସନ୍ତାନେ ବୁଝାମଣା ଥିଲେ

    ପିତା ମାତା କିବା ଦୁଃଖି ?


ରାଜା ମନ୍ତ୍ରୀଙ୍କର ବୁଝାମଣା ଥିଲେ

    ରାଜ୍ୟକୁ ନଆସେ ଶଙ୍କା 

ପ୍ରଜାର କଥାକୁ ବୁଝେ ଯଦି ରାଜା

    ରାଜ୍ୟେ ପଡ଼େ ନାହିଁ ଡକା ।


ବୁଝାମଣା କରି ମଟାଳ ସାଥିରେ

    ନଈ ହେଇ ଥାଏ ବଙ୍କା  

ବୁଝାମଣା ଯଦି ଅଭାବ ରହିଲା

    ଜୀବନଟା ଲାଗେ ଫିକା ।


ବୁଝାମଣା ଥିଲେ ପ୍ରକୃତି ସାଥିରେ

     ପ୍ରକୃତି ସାଧେନି ଦାଉ  

ବୁଝାମଣା ଥିଲେ ଅଭାବ ଭିତରେ

    ମିଠା ମିଠା ଲାଗେ ଜାଉ ।


ବୁଝାମଣା ଥିଲେ ସୈନ୍ୟଙ୍କ ଭିତରେ

      ଶତୃ ନପାରନ୍ତି ପଶି 

ବୁଝାମଣା ଥିଲେ ଦେଶ ଦେଶ ମଧ୍ୟେ

      ସମୃଦ୍ଧି ହୁଅଇ ବେଶି ।


ଗୁରୁ ଶିଷ୍ୟଙ୍କର ବୁଝାମଣା ଥିଲେ

     ମାଆ ସରସ୍ୱତୀ ଖୁସି  

ଲକ୍ଷ୍ମୀ ବାସ କରେ ଚାଷ ସହିତରେ

    ବୁଝାମଣା କଲେ ଚାଷୀ ।


ସାହିରେ ଭାଇରେ ବୁଝାମଣା ଥିଲେ

     କି ହେବ ଆଇନ୍ ଦଣ୍ଡି ?

ମାଟି ସହ ସିନା ବୁଝାମଣା କରି

     କୁମ୍ଭକାର ଗଢ଼େ ହାଣ୍ଡି ।


ସୁଖ ସିନ୍ଦୁକର ଚାବି ଖୋଲିବାକୁ

    ଲୋଡ଼ା ବୁଝାମଣା କାଠି  

ବୁଝାମଣା ଯଦି ସୁଚାରୁ ରହିଲା

    ପେଟ କଥା ବୁଝେ ପିଠି ।



Rate this content
Log in

Similar oriya poem from Inspirational