STORYMIRROR

Kalandi pal

Inspirational

3  

Kalandi pal

Inspirational

ଏକାକୀ ଜୀବନେ

ଏକାକୀ ଜୀବନେ

1 min
184

ସଙ୍ଗତା ବିହୀନ ଏକାକି ଜୀବନ

  ଦୁଃଖ ଭରେ କା ଜୀବନେ.

ଏଭଳି ଜୀବନ କାହା ପାଇଁ ସୁଖ

  ଯୋଗୀ ଋଷି ମୁନୀ ଗଣେ.!!


ସଂସାର ଜୀବନେ ସମାଜ ବନ୍ଧନେ

  ପରିବାର ସମୋହନେ.

ସମାଜ ଆଇନ କାନୁନ ବନ୍ଧନେ

  ଭାତୃ ଭାବ ସୃଷ୍ଟି ମନେ.!!


ଭାବେ ନାହିଁ କେବେ ନିଃସ୍ୱ ସେ ନିଜକୁ

  ସଙ୍ଗବଦ୍ଧେ ମିଳେ ଯାହା.

କୀର୍ତ୍ତି ଯଶ ପାଇଁ ସଙ୍ଗବଦ୍ଧେ ରହି

  ସମାଜ ହୁଅଇ ସାହା.!!


ସମାଜରୁ ଘୃଣା ନିନ୍ଦା ଓ ଲାଚ୍ଛନା

  ଏକାକି ଜୀବନ ସାଥେ.

ଦୁର୍ବିସହ ଭରେ ଜୀବନେ ତାହାର

  କଣ୍ଟକିତ ଭରା ପଥେ.!!


ସରଳ ନିଷ୍ପାପ ହୃଦୟ ସ୍ଵଭାଵ

  ନୀରବେ ସହେ କଷଣ.

ବିରୋଧତା ତାର ହୁଅଇ ଅସାର

  ବୃଥା ହୁଏ ତା ବଚନ.!!


ଅନ୍ୟାୟ ବିରୁଦ୍ଧେ ହାରିଯାଇ ଯୁଦ୍ଧେ

  ସମାଜର ହୁଏ କଣ୍ଟା.

ସନ୍ତ୍ରାସ ବାଦରେ ସୂତ୍ରପାତ କରେ

  ନାଶ ହୁଏ ଜୀବନଟା.!!


ଦଇବର କଷ୍ଟ  କରିଦିଏ ଭ୍ରଷ୍ଟ

  କେତେ କଅଁଳ ଜୀବନ.

ସାହା ଟିକେ ପାଇଁ ଚାତକ ପରି ସେ

  ଚାହିଁଥାଏ ରାତି ଦିନ.!!


ଅକ୍ଷମ ଦିବ୍ୟାଙ୍ଗ ସ୍ୱଜନ ହରାଇ

  ଖୋଜୁଥାଏ ସାହାରାଟି.

କିଏ ସେ ବୁଝିବ ହୃଦୟ ବେଦନା

  ଆହାପଦେ ସାର ହୁଏଟି.!!


ଶାନ୍ତ ଓ ସରଳ ଶାନ୍ତ ପରିବେଶ

  ଆବଶ୍ୟକ ଯୋଗୀଗଣେ.

ଯୋଗ ସିଦ୍ଧି ପାଇଁ ସଙ୍ଗତା ତ ନାହିଁ

  ଏକା ଏକା ଥାନ୍ତି ବନେ.!!



Rate this content
Log in

Similar oriya poem from Inspirational