STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

🙏 ହେ,,ବିଶ୍ଵ ବିଜୟୀ ବୀର 🙏🌹🌹

🙏 ହେ,,ବିଶ୍ଵ ବିଜୟୀ ବୀର 🙏🌹🌹

1 min
196

ହେ ବିଶ୍ଵ ବିଜୟୀ ବୀର

ହେ ବିଶ୍ଵ ବିଜୟୀ ବୀର

  ଏ ଭାରତ ଭୂମି ପବିତ୍ର ହୋଇଛି

  ବିଶ୍ଵ ଦରବାରେ ସମ୍ମାନ ପାଇଛି

ପାଇ ତୁମକୁ କୋଳର।

  ହେ ବିଶ୍ଵ ବିଜୟୀ ବୀର


ଭୁବନେଶ୍ଵରୀ ମାଆ ପିତା ବିଶ୍ଵନାଥ

   ଜନ୍ମ ସ୍ଥାନ କଲିକତା

ଗୁରୁ ରାମ କୃଷ୍ଣ ଜୀବନ ପାଇଁ କି

   ଶୁଣାଇ ଜୀବନ ଗୀତା

ଗୁରୁ ଆଶୀର୍ବାଦେ ବିଦେଶ ମାଟିରେ

ସତ୍ୟ ଧର୍ମ ବାଣୀ ପ୍ରଚାରି ସେଠାରେ

  ହେଲ ପ୍ରିୟ ସଭିଙ୍କର।

   ହେ ବିଶ୍ଵ ବିଜୟୀ ବୀର


ଆଜିର ଏ ପୁଣ୍ୟ ତିଥି ରେ ଜନମି

   ଜଗତ ବାସୀଙ୍କ ପ୍ରାଣେ

ବେଦ ବେଦାନ୍ତ ର ମର୍ମସ୍ପର୍ଶୀ ବାଣୀ

  ବାଣ୍ଟି ଲ ପ୍ରତି ଟି କୋଣେ

ନବ ଜୀବନ ର ଆଲୋକ ଦେଖାଇ

ମାନବ ର ଧର୍ମ ଯାଇଛ ଶିଖାଇ

  ପ୍ରଣାମ ମୋ ଘେନା କର।

   ହେ ବିଶ୍ଵ ବିଜୟୀ ବୀର


Rate this content
Log in

Similar oriya poem from Inspirational