STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଗାଁ ଡାକୁଛି ଆ

ଗାଁ ଡାକୁଛି ଆ

1 min
201

ଗାଁ ଡାକୁଛି ଆରେ ମିତ ଗାଁ ଡାକୁଛି ଆ 

ଅଛି ସେଠି ଷଠିଘର ନୁଆଁଣିଆ ଚାଳଛପର 

ତାକୁ ସଜାଡି ଯାଆ ଗାଁ ଡାକୁଛି ଆ 

ପଡୋଶୀ ଜ୍ଞାତି କୁଟୁମ୍ବ ଆମର 

ସ୍ନେହ ପ୍ରେମ ମମତା ପ୍ରିତୀ ମୈତ୍ରୀ ଭଣ୍ଡାର 

ନଈପଠାରେ ବସି ଟିକେ ହସିବୁ ଆ 

ସୁଖ ଦୁଃଖ ଭିତରେ ଏକାନ୍ତ ଆପଣାର ମାଟି ମାଆ 

ସେ ମାଟିକୁ ଛୁଇଁ ମୁଣ୍ଡିଆ ମାରିବା ଆ 

ଗାଁର ବିଲ ତୋଟାମାଳ ସୁନ୍ଦର ତାର ପ୍ରତିଟି ସକାଳ 

ତୋଳିବା ଆମ୍ବ ଵେଲ ଜାମୁ କଦଳୀ ନାରିକେଳ 

ଲାଗାଇ ଗଛ କରି ଗାଁକୁ ସ୍ୱଚ୍ଛ ଟିକେ ବସିବା ଆ 

ଭାଗବତ ଟୁଙ୍ଗିରେ ଜ୍ଞାନପରିଧି ପିତୃପୁରୁଷଙ୍କର ସମାଧି 

ତାଙ୍କୁ ପ୍ରଣମି ତାଙ୍କ ପଥ ଅନୁସରି ପର୍ବ ପାଳିବା ଆ 

ପିଲାଦିନ ଖେଳ ବାଗୁଡ଼ି ଡୁଡୁ ତାସ ପଶା ଓ ଲୁଡୁ 

ହୋଲି ଦୀପାବଳି ରଜର ବାଉଁଶ ଦୋଳି ଆ ଖେଳିବା ଆ 

ଏବେବି ଅଛି ଚାଟଶାଳୀ ଲାଗିଛି ପୁଣି ଗହଳି 

ସେ ମିଠା ସ୍ୱର ଅବଧାନଙ୍କ ପ୍ରହାର ପଣିକିଆ ଆ'କାର 

ଜୀବନର ସ୍ୱାଦ ଓ ସ୍ପୁର୍ତ୍ତି ଲଭିବା ଚା ଗାଁ ଡାକୁଛି ଆ 

କୋଠଘରେ ରାମାୟଣ ମହାଭାରତ ଶୁଣି ଯା 

ନଟିଆ ଦାଦା ହଟିଆ କକା ରତନୀ ଖୁଡି ଗେଲିମାଉସୀ 

କେମିତି ଅଛନ୍ତି ପିତେଇ ନାନୀ ସଖି ପିଇସୀ 

ସଙ୍ଗ ସୁଖ ଲଭି ଦୁଃଖ ସୁଖ ବାଣ୍ଟି ଯା 

ପାଇଲୁ କେତେ ହରାଇଲୁ କେତେ ସବୁ ଭୁଲି ଯା 

ପ୍ରକୃତିରାଣୀ ହସୁଛି ଜାଣି ଆ ଗାଁ ଡାକୁଛି ଆ 

ଗାଁର ଭାଇ ବନ୍ଧୁ କହିବେ ଆହା ହୋଇବେ ସାହା ଦେଖିଯା 

ଏକ ମନ ଏକ ପ୍ରାଣ ବିପଦ ଆପଦେ ପାଶେ ଠିଆ ପ୍ରମାଣ 

ସଦବୁଦ୍ଧି ସଦଜ୍ଞାନ ଭାଇଚାରାର ବନ୍ଧନ ଅଛି ବିଜ୍ଞାନ ଲଭିବୁ ଆ 

ସକାଳେ ଗୋବର ପାଣି କୀଟନାଶକ ପୁଣି ଗୁପତ ଜ୍ଞାନ ଲଭିଯା 

କ୍ଷେତରେ ନିତ୍ୟ ହେଉଛି ଚାଷ ଫଳାଇ ଫଳ କୃଷି ହିଁ ବଳ 

ଗାଁ ଡାକୁଛି ଆ ଜ୍ଞାନ ଗାରିମା ବାଣ୍ଟି ଉନ୍ନତ କରିବୁ ଗାଁକୁ ଆ 

ଶିକ୍ଷା ସାହିତ୍ୟ ସଂସ୍କୃତ ବାଣ୍ଟି ଗାଁକୁ ବହୁମୁଖୀ ପ୍ରତିଭା ଦେଇ ଯା 

ଗାଁ ଡାକୁଛି ଆ ଗାଁ ଡାକୁଛି ଆ ଗାଁ ଡାକୁଛି ନିଶ୍ଚେ ଆ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational