STORYMIRROR

Kalandi pal

Inspirational

3  

Kalandi pal

Inspirational

ପ୍ରତିଶୋଧ

ପ୍ରତିଶୋଧ

1 min
159

ପ୍ରତିଶୋଧ ଅଗ୍ନି କେବେ ତ ଲିଭେନି

  ବସା କରେ ଯାର ହୃଦେ 

ସେ ବହ୍ନି ଜାଳଇ ପର ସୁଖ ଛାଇ

  ନିଜେ ଜଳେ ପ୍ରତିଶୋଧେ !!


ପ୍ରତିଶୋଧ କେବେ ମନରେ ନ ଭାବେ

  ସେହି ତ ମହତ୍ ଜନ 

ପ୍ରତିଶୋଧ ନେବେ ବିଧାତା ନୀରବେ

  ଭୋଗୁଥିବ ସବୁ ଦିନ !!


ପ୍ରତିହିଂସା ବହ୍ନି ଜାଳିଲା ଶଙ୍କୁନି

  କୁରୁବଂଶ ଜଳିଗଲା 

ରଚି ଦେଲା ସେତ ସେ ମହାଭାରତ

  ନିଜ ପ୍ରାଣ ଶେଷ ହେଲା !!


ପ୍ରତିଶୋଧ ଭାବ ରାବଣେ ଉଦ୍ଭବ

  ସୁପର୍ଣ୍ରଖା ବାଣୀ ଶୁଣି 

ପ୍ରତିଶୋଧ ବହ୍ନି ଥରାଏ ମେଦିନୀ

  ଶରେ ହତ ଲଙ୍କାମଣୀ !!


ପଦ୍ମାବତୀ ତୁଲେ ପ୍ରତିଶୋଧ ନେଲେ

  ପୁରୀର ମଉଡମଣୀ 

ଘୋଷ ଯାତ୍ରା ବେଳେ ତାଙ୍କୁ ବିଭା ହେଲେ

  ଝାଡୁଦାର ରୂପ ଘେନି !!


ଶାସ୍ତ୍ର ଭାଗବତେ ରହିଛି ପ୍ରବାଦେ

  ଦାଣ୍ଡିବାର ଶକ୍ତି ଥାଇ 

ଦଣ୍ଡ ନ ଦେଇ ସେ ଈଶ୍ୱର ବିଶ୍ୱାସେ

  କ୍ଷମା ଯଦି ଆଚରଇ !!


ଉଭୟେ ମଙ୍ଗଳ ପାଏ ଦଣ୍ଡ ତାର

  ବିଭୁଙ୍କର ଦରବାରେ 

ଅଶାନ୍ତିର ବହ୍ନି ନିର୍ବାପିତ ହୁଏ

  ଶାନ୍ତି ବିରାଜେ ମହୀରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational