ଷଡଯନ୍ତ୍ର
ଷଡଯନ୍ତ୍ର
ସେଦିନ ରଚିଲା ଷଡଯନ୍ତ୍ର ଦୁଷ୍ଟ ବୁଦ୍ଧି ଶକୁନୀ
ଥିଲା ତହିଁ ଅଭିସନ୍ଧି ପ୍ରତିଶୋଧର ନିଆଁ
ଜାଣି ପାରଲାନି ଅନ୍ଧ ଧୃତରାଷ୍ଟ୍ର
ଧ୍ୱଂସ ହେଲେ ମଦମତ୍ତ କୌରବ
ବାହୁନୀ କାନ୍ଦିଲା ଗାନ୍ଧାରୀ ଶତ ପୁତ୍ରର ଜନନୀ।
ସପ୍ତରଥୀଙ୍କ ଆକ୍ରମଣେ ବୀରଗତି ପ୍ରାପ୍ତ ହେଲା
ଯୁବକ ଅଭିମନ୍ୟୁ ଅବୋଧ୍ୟ ରହିଲା ଷଡଯନ୍ତ୍ର।
ସେଦିନର ସେ ଷଡଯନ୍ତ୍ର ଥିଲା ଭୋଗର-ବିଳାସର-
ସ୍ୱପ୍ନର-ମିଳନର-ବିଛେଦର-(ଅ)ନୀତି-ଆଦର୍ଶର।
ଆଜି କିନ୍ତୁ ଷଡଯନ୍ତ୍ର ଲଂଘିଛି ସୀମାକୁ
ଉଛୁଳା ନଈପରି କକ୍ଷଚ୍ୟୁତ ଉଲକାପରି।
ଗାଁରୁ ସହର ପଲ୍ଲୀରୁ ନଗର
ବ୍ୟକ୍ତିରୁ ସମାଜ ଅନୁଷ୍ଠାନରୁ କାର୍ଯ୍ୟାଳୟ
ସବୁଠି ପରଶ୍ରୀକାତରତାର ଭାବ
ପ୍ରତିଷ୍ଠିତ ବ୍ୟକ୍ତିତ୍ୱର ଅପମାନ ପାଇଁ
ନିଜକୁ ପ୍ରତିଷ୍ଠା କରିପାରୁନଥ
ିବା ବ୍ୟକ୍ତର ଷଡଯନ୍ତ୍ର।
ନିଜ ବ୍ୟକ୍ତିତ୍ୱକୁ ଦଳିଚକଟି ଷଡଯନ୍ତ୍ରକାରୀର
ପଦଲେହନ କରେ ଅଧିକାରୀ
ସରଳ ମଣିଷଟା ବୁଝିପାରେ ନାହିଁ
ଠିକ ଯେମିତି ମନ୍ଥରାର ଷଡଯନ୍ତ୍ରକୁ ସେଦିନ
ବୁଝିପାରିଲେନି ଦଶରଥ।
ଏଠି ଅହରହ ଚାଲୁରହେ ହୀନ ଚକ୍ରାନ୍ତ
ପ୍ରେମରୁ ବିବାହ ପ୍ରତିଷ୍ଠାରୁ ପଦୋନ୍ନତି
ସମ୍ପତ୍ତିରୁ ଆତ୍ମିୟତା ଶସ୍ତ୍ତା ରାଜନୀତିରୁ ବେଆଇନ
ଅର୍ଥ ସଂଗ୍ରହର ମାନସିକତା
ସବୁଠି ଷଡଯନ୍ତ୍ରର ଗନ୍ଧ।
ଅପରକୁ ତଳକୁ ଖସାଇ
ଅପରର ପ୍ରଶଂସାରେ ପ୍ରତହିଂସାପରାୟଣ ହୁଏ
ଷଡଯନ୍ତ୍ରକାରୀ ହସେ ଆତ୍ମତୃପ୍ତିର ହସ
ଖେଳିଚାଲେ ଶକୁନୀର ପଶା।
ତିନିର ପାଦତଳେ ପଡି ସତ୍ୟକୁ ନିଶ୍ଚିତ ବାସ୍ତବତାକୁ
ମିଥ୍ୟାରେ ବଦଳାଏ
ହସେ କପଟୀର ହସ କିଛି କ୍ଷଣ ପାଇଁ ବାହାବା
ପାଇଥିବାରୁ।