STORYMIRROR

PRABINA KU, KHADANGA

Inspirational

3  

PRABINA KU, KHADANGA

Inspirational

ସତ ଲାଗେ କିଛି ଭ୍ରମ

ସତ ଲାଗେ କିଛି ଭ୍ରମ

1 min
172

ଜୀବନ ଆରମ୍ଭ ହୋଇଛି ବୋଲି

ସତ ଲାଗେ କିଛି ଭ୍ରମ

ଲୁହ ଲହୁ ଅଜାଡ଼ି ପଡେ କେବେ

ବିଧି ହୁଏ ଯେବେ ବାମ l


ସ୍ବପ୍ନ ସାକାର କରିବାର ଅଭିମନ୍ତ୍ର 

ଆଖି ତଳେ ଛାୟା ହୋଇ

ସକାଳର ରୂପରେଖ ଟାଣିଦିଏ ଗାର

ଅନ୍ଧାର ଦୂରେଇ ଦେଇ l


ଆଖି ପଲକରେ ଉଙ୍କିମାରେ କେତେ

ମାୟା ମରୀଚିକା ଦୃଶ୍ୟ

ଲାଗେ ପାଖେ ଅଛି ବୋଲି କିନ୍ତୁ ତାହା

ଦୂରେ କରେ ଅଟହାସ୍ୟ l


ବନ୍ଦ କୋଠରୀ ଭିତରେ ଅଣନିଶ୍ୱାସୀ

ହୁଏ ଆଶା ଅଭିଳାଷ ମାନ

ଅଦମ୍ୟ ସାହାସ ଅବରୁଦ୍ଧ ହୁଏ ଆଜି

ପୋଛି ଦେଇ ଚିହ୍ନ ବର୍ଣ୍ଣ l


ଭ୍ରମ ଭୁଲି ମୋହ ତେଜି ଉଠୁଥାଏ

ଅହରହ ବିଶ୍ୱାସର ଇଚ୍ଛା 

ନିଶ୍ୱାସ କୁହୁଳୁଥାଏ କାୟା ଅବନିଳେ

ଦେଖି ଶେଷ ଜରାଜୀର୍ଣ୍ଣ ଅବସ୍ଥା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational