ବୁଝାବଣା
ବୁଝାବଣା
ତୁମ ବୁଝାବଣା ଅତ୍ୟନ୍ତ ସୁନ୍ଦର
ସହଜେ ବୁଝାଇ ଦିଅ ।
ଅବୁଝା ମନକୁ ଛୁଇଁ ନେଲା ପରି
କଥା ତୁମେ କହୁ ଥାଅ ।।
ଅପ୍ରୀତିରେ ପ୍ରୀତି ଯାଚି ଦିଅ ନିତି
ମନର ବଡ ପଣରେ ।
ଅପ୍ରିୟ ବଚନ କେବେ ତ ନ କୁହ
ଦୁଃଖ ଦିଅନା ମନରେ ।।
ଅସୀମ ଅନନ୍ତ ତୁମ ପ୍ରେମ ପ୍ରସ୍ଥ
ପ୍ରତୀକ୍ଷାର ନାହିଁ ଲୋଡା ।
ମନ ଖୋଜୁଥିଲେ ଦର୍ଶନ ତୁମର
ଆଗରେ ହୁଅତ ଛିଡା ।।
ହୃଦୟ ଚିହ୍ନିବା ତୁମ ଠୁ ଜାଣିବ
ଆତ୍ମୀୟତା ଝରିଯାଏ ।
ଏତେ ଆପଣାର କିପରି ତ ହୁଅ
ଦେଖିଲେ ଜଣା ନ ଯାଏ ।।
ଅମ
ୃତ ବଚନେ ମନ କର ତୋଷ
ଲାଗ ଅସୀମ ଅନନ୍ତ ।
ଆଶ୍ଚର୍ଯ୍ୟ ଲାଗଇ ତୁମ ଏକାଗ୍ରତା
କିପରି କର ଯେ ଅନ୍ତ ।।
ପରକୁ ଆପଣା କ୍ଷଣକରେ କର
ପ୍ରୀତି ପୁଷ୍ପାଞ୍ଜଳୀ ଦ୍ଵାରା ।
ପରିପୂର୍ଣ୍ଣ ତୁମ କାର୍ଯ୍ୟ କର୍ମ ସବୁ
ଅଧୁରା ରୁହେନି ପରା ।।
ଏତେ ଅନୁଭବି ତୁମ ବୁଝାମଣା
ସ୍ମୃତି ହେଇ ରହିଯାଏ ।
ଭଗବାନଙ୍କର ଅମୃତ ସନ୍ତାନ
ପ୍ରୀତି ବାସ୍ନା ଭରି ଯାଏ ।।
ଭଗବାନଙ୍କର ଆଶୀର୍ବାଦ ତୁମେ
ଜନ୍ମିଲ ଧରିତ୍ରୀ କୋଳେ ।
ସୁଗନ୍ଧୀତ କଲ ଦେଶ ଦୁନିଆକୁ
ଦେଶ ମାଆ ଆଶିଷ ଢାଳେ ।।