STORYMIRROR

JASBIN *SABAR *

Inspirational

3  

JASBIN *SABAR *

Inspirational

ତେଣୁ ସେ ଆସିଛନ୍ତି, ଭକ୍ତି

ତେଣୁ ସେ ଆସିଛନ୍ତି, ଭକ୍ତି

1 min
221

ବିଚିନ୍ତ୍ର ଏ ଜୀବନର ଗତି ସମାଜର ପ୍ରମତ୍ତ ଚଳଣି

ଲକ୍ଷ୍ୟଭ୍ରଷ୍ଟ ଧର୍ମହରା--ଟାଣିନିଏ ଧ୍ୱଂସ ଗରର୍ଭେ କାଞ୍ଚନ କାମିନୀ ।


ଏଇ ଦେଶ ଏଇ ଜାତି ମହାନ୍ ସଂସ୍କୃତି ସଶିକ୍ଷା ଆଜି ଲୁପ୍ତ  

ଦୁର୍ଜ୍ଜୟ‌ଆର୍ଯ୍ୟ ପୁଙ୍ଗବ ସ୍ୱାର୍ଥଲୁବ୍ଧ ଅନୀତି କବଳେ ତେଣୁ ସୁପ୍ତ ।।


ସୀତା ସାବିତ୍ରୀର ଦେଶେ ସାର୍ଥକ ନୀରୀତ୍ୱ ସେବା ଭକ୍ତି ସ୍ୱପ୍ନ  

ସ଼ହଶିକ୍ଷା ସଭ୍ୟତା ଫେସନ ବିଷେ ଦଗ୍ଧ ଆଶା ପ୍ରାପ୍ତି ସୁସନ୍ତାନ। ।।


ଘରେ ଘରେ ଦୁଃଖ ଅଶାନ୍ତିର ନିଆଁ ଏବେ ବି ଜଳୁଛି 

କୋଠା ଗାଡ଼ି ରାଜପଥ ଶୋଷଣ ଚାବୁକ ହାତେ କିଏ ବା ହସୁଛି ।।


ଉଚ୍ଚ ନୀଚ ଭେଦ ହିଂସା ଅନ୍ୟୟପୀଡି଼ତ ପ୍ରାଣ ବାହୁନଇ 

ଚର୍ଚ୍ଚ ମସ୍ଜିଦ୍  ମଠେ ମନ୍ଦିର ଧର୍ମର ନାମେ ବାଜେ ସାହାନାଇ ।।


ରାଜନୀତି ଶ୍ରେଷ୍ଠନୀତି ବଞ୍ଚିବା ବଢିବା ଲକ୍ଷ୍ୟ ଭୁଲି ଚାଲେ 

ରକ୍ଷକ ଭକ୍ଷକ ସାଜେ ହିଂସାର ତାଣ୍ଡବ ସୁଭି ମଧୁମୟ ସୃଷ୍ଟି କୋଳେ ।।


ଉନ୍ନତିର ନାମେ ଯଦି ଅଶାନ୍ତି ଦୁର୍ନୀତି ଘୋଟେ ସ୍ଵାଧୀନ ଏ ଦେଶେ 

ଯେତେଯାହା କଲେବି ହେଲେବି-ଅଦୂରରେ ଧ୍ୱଂସ ହସେ ।।


ଜାଗତିକ ସୁଖ ବିଜ୍ଞାନ ଭେଲିକ ଯାହା ମନଲୋଭ କ୍ଷଣିକ ଭଙ୍ଗୁର 

ମେଣ୍ଟେନାହିଁ ପୂରେନାହିଁ ଆଶା ଧର୍ମ ଦିଏ ଶାନ୍ତି-ସୁଧା-ନୀର ।।


ଧର୍ମ ଆଜି ବହୁତ ସମାଜେ-ଧର୍ମ ଏକ ଏକେଶ୍ଵର ଭୁଲି 

ଚଳଣି ଭୁଲିଣ ଖାଲି‌ ଚରଣ ପୂଜାରେ ଧର୍ମଫଳ ଯାଏଚାଲି ।।


ଆସିଛନ୍ତି ତେଣୁ ଯୁଗ ସନ୍ଧିକ୍ଷଣେ ମର୍ତ୍ତ୍ୟ ସଦଗୁରୁ ଅନୁକୂଳ 

ନରଦେହେ ପୂର୍ବେଯଥା ରାମ କୃଷ୍ଣ ବୁଦ୍ଧ ଯୀଶୁ ଚୈତନ୍ୟ ରସୁଲ ।।


ଆଦର୍ଶଭରା ଜୀବନ ନିର୍ଭୁଲ ସମସ୍ୟାହୀନ ପରିବାର ନେଇ 

ପ୍ରତି ଛନ୍ଦେ ଫୁଟେ ଧର୍ମ ପ୍ରେମ ତ୍ୟାଗ ଜ୍ଞାନ-ଭେଦ ନାହିଁ ।।


ସାଧନା ସରଳରୂପ ଯଜନ ଯାଜନ ଇଷ୍ଟଭୂତିର ଝଙ୍କାରେ 

ରାଧାନାମ ବଂଶୀସ୍ୱନେ ଡା଼କନ୍ତି ସକଳେ ସେହି ନିର୍ବାଣ ପଥରେ ।।


ଭୁଲି ବାଦ ଭେଦ ହିଂସା ଆତ୍ମସ୍ୱାର୍ଥ ଏ ଜୀବନ ପାଇଁ  

ଜାଗିଉଠ ଅମୃତ ସନ୍ତାନ ଇଷ୍ଟସ୍ୱାର୍ଥେ ସ୍ୱର୍ଗ ହେଉ ମର୍ତ୍ତ୍ୟ ଭୂଇଁ ।।


ବନ୍ଦେ ପୁରୁଷୋତ୍ତମମ୍

ଜୟଗୁରୁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational