ଲୋକ ପାବନ ଲୀଳା
ଲୋକ ପାବନ ଲୀଳା
ଯୁଗେ ଯୁଗେ ପ୍ରଭୁ କରିଅଛ ଲୀଳା
ମାନବ ଜନମ ନେଇ
ତବ ରୂପକାନ୍ତି ଅନୁଭବ କରେ
ଅନ୍ତର ଜଗାଇ ଦେଇ ।
ପାବନା ଜିଲ୍ଲାରେ ଜନମି ଦୟାଲ
ଲୀଳା କଲ ଦେଓଘରେ
ତୁମରି ଆଶିଷ ପରାଣ ପୀୟୂଷ
ଜୀବନ କୁ ଭୋଗ କରେ ।
ଦେଇଅଛ କେତେ ସୁନ୍ଦର ବିଧାନ
ଜଗତ କଲ୍ୟାଣ ପାଇଁ
ପାଳୁଅଛି ଯିଏ ଆନନ୍ଦ ମନରେ
ଉପଭୋଗ କରେ ସେହି ।
ଜପ,ଧ୍ୟାନ ସଙ୍ଗେ ସ୍ଵତଃ-ଅନୁଜ୍ଞା
ପରେ ନିଵେଦଇ ଇଷ୍ଟଭୃତି
ପ୍ରାର୍ଥନା ର ପରେ ଗୁରୁଙ୍କୁ ପ୍ରଣମି
ଶ୍ରେଷ୍ଠ ଜନେ କରେ ପ୍ରଣତି ।
ଅଧ୍ୟୟନ ଆଉ ଯାଜନ ଭିତରେ
ଅନୁଭବ ତୁମକୁ କରୁ
ଥାଲକୁଡ଼ି ସେବନ କରି ସବାସନ
ଶରୀରକୁ ସୁସ୍ଥ କରୁ ।
ଆଚାର୍ଯ୍ୟଙ୍କୁ ଧରି ପଞ୍ଚନୀତି ପାଳି
ଦିନ ଯାଏ ଆମ ବିତି
ଜୀବନର ମୂଲ୍ୟ ବୁଝିବା ସହଜ
ତାଙ୍କ ପାଦେ ଥିଲେ ମତି ।
ଭାବଗ୍ରାହୀ ତୁମେ ଅନ୍ତର୍ଯ୍ୟାମୀ ରୂପେ
କରିଲ ସଭିଙ୍କୁ ପ୍ରିତ
କି ଯାଦୁ ରହିଛି ତୁମରି ଭିତରେ
ତୁମଠି ହେଲୁ ଆସକ୍ତ ।
ତୀର୍ଥ ସ୍ଥାନ ଯେବେ ଯିଵା ପାଇଁ ମନା
ପ୍ରତି ଘର କଲ ମନ୍ଦିର
ସୁଦୂର ବନ୍ଧୁ ଯେ ନିକଟ ହୋଇଲେ
ବିଶ୍ଵ କଲ ଏକାକାର ।
ସୁପ୍ତ ପ୍ରତିଭା ଜାଗରିତ ହେଲା
ଭରିଲା ଅନ୍ତରେ ପୁଲକ
ଧରମକୁ ପରା ଆଚରଣ କରୁ
ଆମେ ନୁହେଁ ଧର୍ମ କଥକ ।
ସବୁ ଦେବତାଙ୍କ ସମାହାରରେ
ଆସିଲେ ପୁରୁଷୋତ୍ତମ
ତାଙ୍କ ପାଦପଦ୍ମେ ରହୁଥାଉ ମନ
ଘେନ ଆମ କୋଟି ପ୍ରଣାମ ।
