ଅଭାବୀର ବନ୍ଧୁ ତୁମେ
ଅଭାବୀର ବନ୍ଧୁ ତୁମେ
ଅଭାବୀର ବନ୍ଧୁ ତୁମେ
ଧନିକର ବନ୍ଧୁ
ଏ ପାରିର ବନ୍ଧୁ ତୁମେ
ସେ ପାରିର ବନ୍ଧୁ
ହେ କୃପାସିନ୍ଧୁ ହେ କୃପାସିନ୍ଧୁ ।
ଅଭାବୀର ବନ୍ଧୁ ତୁମେ
ଧରମ ଅଭାବ ସାଥେ
ପ୍ରେମର ଅଭାବ
ଘୋଟିଥିଲା ଧରଣୀରେ
ଦୁଃଖର ପ୍ରଭାବ
ସନ୍ଧି କ୍ଷଣେ ଆସିଲ ହେ
ହୋଇ ପ୍ରାଣ ବିନ୍ଦୁ ।
ହେ କୃପାସିନ୍ଧୁ ହେ କୃପା..
ମନମୋହିନୀଙ୍କ କୋଳେ
ହେଲ ଆବିର୍ଭାବ
ଜ୍ୟୋତିଷ୍ମାନ ହୋଇ ତୁମେ
ଦେଲ ଦେବ ଭାବ
ଅଶାନ୍ତିର ଦାବାନଳେ
ହେଲ ଜଳ ବିନ୍ଦୁ ।
ହେ କୃପାସିନ୍ଧୁ ହେ କୃପା...
ଦୀକ୍ଷା ଇଷ୍ଟଭ୍ରୁତି ସାଥେ
ବ୍ରତ ସ୍ୱସ୍ତ୍ୟୟନ
ସଦାଚାରେ ପାଳିବାକୁ
ଦେଲଏ ଜୀବନ
ଦୂର କଲ ଦୁଃଖ ଶୋକ
ଦେଇ କ୍ରୁପା ବିନ୍ଦୁ ।
ହେ କୃପାସିନ୍ଧୁ ହେ କୃପା..