Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jasbin sabar

Inspirational Others

3  

Jasbin sabar

Inspirational Others

ଗୀତା ଓ ଶ୍ରୀଶ୍ରୀଠାକୁରଙ୍କ

ଗୀତା ଓ ଶ୍ରୀଶ୍ରୀଠାକୁରଙ୍କ

1 min
166



  *ମହାଭାରତର ଅଶ୍ଵମେଧ ପର୍ବ {ଷୋଡ଼ଶ ଅଧ୍ୟାୟ} ପାଠ କଲେ ଦେଖାଯାଏ, ଅର୍ଜ୍ଜୁନ ଏକସ୍ଥାନରେ ଶ୍ରୀକୃଷ୍ଣଙ୍କୁ ପୁନରାୟ ଗୀତାର ଉପଦେଶ ଦେବାକୁ ଅନୁରୋଧ କଲେ । ତହିଁରେ ଶ୍ରୀକୃଷ୍ଣ କହିଲେ, “ମୁଁ ସେତେବେଳେ ଯୋଗସ୍ଥ ଅବସ୍ଥାରେ ଗୀତାର ବାଣୀ କହିଥିଲି । ସୁତରାଂ ବର୍ତ୍ତମାନ ଆଉ ସେପରି ଭାବରେ କହିପାରିବି ନାହିଁ । ବର୍ତ୍ତମାନ ଆଉ ମୋର ଯୋଗଯୁକ୍ତ ଅବସ୍ଥା ଉପସ୍ଥିତ ହେବ ନାହିଁ । ତୁମେ ସେ ସମୟରେ ସେହିସବୁ କଥା ହୃଦୟଙ୍ଗମ ନକରି ଓ ସମ୍ପୂର୍ଣ୍ଣ ସ୍ମରଣ ନ ରଖି ଅନ୍ୟାୟ କାର୍ଯ୍ୟ କରିଅଛ । ଯାହା ହେବାର ହୋଇଛି, ମୁଁ ତୁମକୁ ନୂତନ ନୂତନ ଉପଦେଶ ଦେଉଅଛି, ଶ୍ରବଣ କର ।" ସେହି ଉପଦେଶ ସମଷ୍ଟି ‘ଅନୁଗୀତା' ନାମରେ ଖ୍ୟାତ । ଏହି ଘଟଣାରୁ ବୁଝାଯାଉଛି ଯେ ଶ୍ରୀକୃଷ୍ଣଙ୍କର ଗୀତା କହିବା ସମୟର ଭାବ ବା ଅବସ୍ଥା କିପରି ଥିଲା । ଏହି ଅବସ୍ଥାରେ ବାହ୍ୟଜ୍ଞାନ ନ ଥିଲେ ହେଁ ଭିତରେ ଚିଦାନନ୍ଦର ତରଙ୍ଗ ଉଠୁଥାଏ । ଏଥିପାଇଁ ଗୀତାର। ବାଣୀ ପ୍ରକାଶର ଧରଣ ଓ ଆମର ବର୍ତ୍ତମାନ ଭାବବାଣୀ ପ୍ରକାଶର ଧରଣକୁ ଏକ ବୋଲି କୁହାଯାଇଛି । ତେବେ, ବାଣୀ ହିସାବରେ କୈାଣସି କୈାଣସି ଅଂଶରେ ଉଭୟ ଏକ ଧରଣର, ପୁଣି କୈାଣସି କୈାଣସି ଅଂଶର ଭିନ୍ନ ଧରଣର । ଆମ୍ଭେମାନେ ଗୀତାରେ ଯେଉଁସବୁ ଉପଦେଶ ଓ ସତ୍ୟ ପ୍ରାପ୍ତ ହେଉ ସେ ସମସ୍ତ ହିଁ ଉପନିଷଦରେ ଦୃଷ୍ଟ ହୁଏ । ତେବେ ଗୀତା ଓ ଉପନିଷଦ ମଧ୍ୟରେ ତାରତମ୍ୟ କ'ଣ ? ଉପନିଷଦର ସମସ୍ତ କରାଯାଇଛି । ଗୀତା ସହିତ ଉପନିଷଦର ସମ୍ବନ୍ଧ ଯେ ଠିକ୍ ଏତିକି ମାତ୍ର, ତାହା ନୁହେଁ । ଗୀତାର ବକ୍ତା ଭାବସ୍ଥ ଅବସ୍ଥାରେ ଅର୍ଜ୍ଜୁନଙ୍କୁ ଉପଦେଶ ଦେଇଥିଲେ । କିନ୍ତୁ ଉପନିଷଦର ଋଷିମାନେ*


  *ପରମପ୍ରେମମୟ ଶ୍ରୀଶ୍ରୀଠାକୁର ସାଧାରଣତଃ ନିଜର ସ୍ବରୂପ ସମ୍ବନ୍ଧରେ ନିର୍ବାକ୍ । କିନ୍ତୁ ତାଙ୍କର ଏହି ନିର୍ବିକଳ୍ପ ସମାଧିକାଳୀନ ଅବସ୍ଥାରେ ତାଙ୍କର ନିଜର ତୁରୀୟ ସତ୍ତା, ପରାପ୍ରକୃତି, ଅବ୍ବ୍ୟୟ, ଅକ୍ଷୟ, ଅନାଦି, ଅନନ୍ତ ନିରୁପାଧିସ୍ବରୁପ, ଚରମ ତତ୍ତ୍ଵ, ପରମ ପ୍ରକାଶ ଓ ମହାଶକ୍ତି ସମ୍ବନ୍ଧରେ ଯେଉଁ ଦୈବୀଘୋଷଣା ଉଦ୍‌ଘୋଷିତ ହୋଇଛି ତାହା ସମଗ୍ର ମାନବସମାଜ ପକ୍ଷରେ ଅଶେଷ ଆଶାର ବାର୍ତ୍ତା । ସେ ପ୍ରତି ପଦେ ପଦେ ମଣିଷକୀ ଅଭୟ ଦେଇଛନ୍ତି, ଆଶା ଦେଇଛନ୍ତି, ଭରସା ଦେଇଛନ୍ତି, ପରିତ୍ରାଣର ପଥ ଦେଖାଇଛନ୍ତି ବିଶ୍ଵବିଭୂ, ନିଖିଳ ପ୍ରାଣେଶ୍ଵର, ସର୍ବକାରଣ–କାରଣ, ସର୍ବଶକ୍ତିମାନ୍ ଯେ ସେ–ହି ଆଜି ଅସୀମ କରୁଣାରେ ନରଲୋକରେ ନରଦେହରେ ଅବତୀର୍ଣ୍ଣ ହୋଇ ମାନବକଲ୍ୟାଣରେ ନିୟୋଜିତ । ଏହାଠାରୁ ମହତ୍ତ୍ଵର, ଆଶ୍ଵାସର ବାଣୀ ଆଉ କ'ଣ ଥାଇପାରେ— ଆର୍ତ୍ତ, ପ୍ରପୀଡ଼ିତ ମନୁଷ୍ୟ ନିକଟରେ ? ସେ ଏହି ବାଣୀଗୁଡ଼ିକ ମଧ୍ୟରେ ବହୁବାର କହିଛନ୍ତି ଆତ୍ମସମର୍ପଣର କଥା, ବିଶ୍ଵାସର କଥା, ଭକ୍ତିର କଥା, କୀର୍ତ୍ତନର କଥା, ନାମଧ୍ୟାନର କଥା, ଅତନ୍ଦ୍ରକର୍ମର କଥା, ଆତ୍ମହରା ଭଲ ପାଇବାର ଓ ସେବାର କଥା ଓ ପ୍ରେମୋନ୍ମତ୍ତ ହୃଦୟରେ ଜଗତମୟ ନାମ ପ୍ରଚାରର କଥା । ବାଣୀ ଗୁଡ଼ିକ ଏପରି ଏକ ଉତ୍ତୁଙ୍ଗ ଭାବଭୂମିରୁ ଅମୋଘ ଆବେଗର ସହିତ କୁହାଯାଇଛି ଯେ, ସେଗୁଡ଼ିକ ନିବିଷ୍ଟ ନିଷ୍ଟା ସହିତ ଅଧ୍ୟୟନ ଓ ଅନୁଧ୍ୟାନ କଲେ ମନେହୁଏ ଯେପରି ଏକ ମୁହୂର୍ତ୍ତରେ ମଣିଷର ଏକ କ୍ଲାନ୍ତ ଅବସାଦଗ୍ରସ୍ତ ମନକୁ ଅଚ୍ୟୁଚ୍ଚ ଆଲୋକର ରାଜ୍ୟକୁ, ଆନନ୍ଦର ରାଜ୍ୟକୁ, ଚୈତନ୍ୟର ରାଜ୍ୟକୁ ନେଇଯାଏ । ଦୁଃଖ, ବିଷାଦ, ଅବସାଦ, ଅବିଶ୍ଵାସ, ଜଡ଼ତା ଯେପରି ପଲକରେ କେଉଁଆଡ଼େ ଉଭେଇଯାଏ । ମନ ଆନନ୍ଦରେ ଭରିଉଠେ, ପ୍ରାଣ ପାଗଳ ହୁଏ ଆତ୍ମପସନ୍ଦର୍ଶନ ପାଇଁ, ଭଗବାନ୍ ଲାଭ ପାଇଁ । ଜୀବନରେ ଯେପରି ଏକ ଅଭୂତପୂର୍ବ ଶକ୍ତିର ଉତ୍ସ ଖେଳିଯାଏ । ସମସ୍ତଙ୍କ ମଧ୍ୟରେ ତାଙ୍କୁ ପ୍ରତିଷ୍ଠା କରିବା ପାଇଁ ସତ୍ତା ଜାଗ୍ରତ, ଆକୁଳ ଓ ଉଦ୍ଦାମ ହୋଇଉଠେ ।•*


  *ଏହି ଅଦ୍ଭୁତପୂର୍ବ ମହାଭାବାବସ୍ଥାରେ ବିଶ୍ଵରହସ୍ୟର ଗଭୀରତତ୍ତ୍ଵପୂର୍ଣ୍ଣ ଅପୂର୍ବ ବାଣୀସମୂହ ତାଙ୍କର କଣ୍ଠରୁ କିପରି ଯେ ବାହାରି ଆସୁଥାଏ–ଏହି ମହାରହସ୍ୟମୟ ଘଟଣା କିପରି ବା ସମ୍ଭବ ହୁଏ, ତାହା ବୁଦ୍ଧିର ରାଜ୍ୟରେ ଧରାଦିଏନା । ବିଜ୍ଞାନ ଆଜି ମଧ୍ୟ ତାହା ବ୍ୟାଖ୍ୟା କରିପାରେ ନା । ତେଣୁ ଏହାହିଁ ବିଶ୍ଵସାହିତ୍ୟ–ଦୈବୀସାହିତ୍ୟ ।`*


  *ଧ୍ୟାନଷ୍ଣ ଅବସ୍ଥାରେ ଯାହା ଦର୍ଶନ ଓ ଶ୍ରବଣ କରିଥିଲେ, ସହଜ ଓ ସାଧାରଣ ଅବସ୍ଥାରେ ତାହାହିଁ ଶିଷ୍ୟଗଣଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏଥିପାଇଁ ଉପନିଷଦର ପ୍ରକାଶ ଏକଭାବରେ ଆଉ ଗୀତାର ପ୍ରକାଶ ଅନ୍ୟଭାବରେ । ବାଣୀ ଯେପରି ଭାବରେ ପ୍ରକାଶିତ ହେଉ ନା କାହିଁକି ତାହା ପାଠକମାନଙ୍କ ପକ୍ଷରେ ପ୍ରାୟ ଏକ ହେଲେ ହିଁ ଶ୍ରୋତା ପକ୍ଷରେ ତା'ର ତାରତମ୍ୟ ଖୁବ୍ ବେଶି । କୌଣିସି ଋଷିମୁଖରୁ ଶ୍ରୁତ ଉପନିଷଦ କୈାଣସି ବ୍ୟକ୍ତିର ଯେପରି ମର୍ମସ୍ପର୍ଶୀ ହେବାର କଥା, ସେହି ସମସ୍ତ ବାଣୀ ବାଣୀ ଭାବସ୍ଥ ଅବସ୍ଥାରେ ଗୀତା  ବକ୍ତାଙ୍କ ମୁଖରୁ ଶ୍ରୁତ ହେଲେ ତାହା ଅପେକ୍ଷା ବହୁଗୁଣରେ ମର୍ମସ୍ପର୍ଶୀ ହେବ । ଉପନିଷଦ ସହିତ ଗୀତାର ଏହି ସମ୍ବଦ୍ଧ ବୁଝିପାରିଲେ, ଯୁଗାଚାର୍ଯ୍ୟଙ୍କ ବାଣୀ ସହିତ ଶ୍ରୀଶ୍ରୀଠାକୁରଙ୍କ ଭାବବାଣୀର ସମ୍ବନ୍ଧ ବୁଝିହେବ । ଉପନିଷଦର କଥା ଋଷିଙ୍କର ଉପଲବ୍‌ଧିର କଥା । ଆଉ, ଗୀତାର ବାଣୀ ଆତ୍ମସଂସ୍ଥାବସ୍ଥାରେ ଶ୍ରୀଭଗବାନଙ୍କର ବାଣୀ । ଏହି ଭାବବାଣୀରେ ସାମାନ୍ୟ ସାମାନ୍ୟ ସାଧକଙ୍କ ବାଣୀ ଓ ଉପଦେଶରୁ ଆରମ୍ଭ କରି ବର୍ତ୍ତମାନ ଯୁଗର ଯୁଗାଚାର୍ଯ୍ୟ ଜଗଦ୍‌ବରେଣ୍ୟ ପୁରୁଷଗଣଙ୍କର ଉପଦେଶନିଚୟ ମଧ୍ୟ ପରିଦୃଷ୍ଟ ହୁଏ । ପୁଣ୍ୟପୋଥି ବା Hily Book ନାମକ ଏହି ଭାବବାଣୀର ସାମାନ୍ୟ ଏକ ଅଂଶ ମୁଦ୍ରିତ ହୋଇ ପ୍ରକାଶିତ ହୋଇଅଛି । ଏହି ଗ୍ରନ୍ଥର ଅନ୍ୟତ୍ର ତାହାର କିୟଦଂଶ ସହୃଦୟ ପାଠକ–ପାଠିକାମାନଙ୍କର ଅବଗତି ପାଇଁ ଉଦ୍ଧୃତ କରାଯାଇଛି ।


Rate this content
Log in

Similar oriya poem from Inspirational