STORYMIRROR

Sukadev Mahanta

Inspirational

3  

Sukadev Mahanta

Inspirational

ହେ ଜହ୍ନ!

ହେ ଜହ୍ନ!

1 min
199

ହେ ଜହ୍ନ ହେ ଜହ୍ନ ହେ ଜହ୍ନ !

ସାମ୍ନାରେ ରଖ ଜୋଛନାକୁ

ସମ୍ନାରେ ରଖ ଜୋଛନାକୁ ||


ତୁମରି ରୂପରେ ନଜର ଲାଗିପାରେ

ଏତେ ସୁନ୍ଦର ହୋଇବା ଭଲ ନୁହଁ

ହେ ଜହ୍ନ ହେ ଜହ୍ନ ହେ ଜହ୍ନ

ସାମ୍ନାରେ ରଖ ଜୋଛନାକୁ ||


ତୁମରି କପାଳେ ନେଶି ଦିଅ ହେ 

 ସରୁ ସରୁ ଟୋପା କଳା ରଙ୍ଗରେ 

କାହାରି ନଜର ଆଉ ଲାଗିବନି

  ତୁମ ଶାନ୍ତ କାନ୍ତ ରମ୍ୟ ରୂପରେ

ହେ ଜହ୍ନ ହେ ଜହ୍ନ ହେ ଜହ୍ନ

 ସାମ୍ନାରେ ରଖ ଜୋଛନାକୁ ||


ରାତିର ଅନ୍ଧାରେ ତୁମେ ଏକା ଥିବ

  ନୀଳ ଗଗନର ନୀଳିମା ଭିତରେ

ତୁମରି ରୂପରେ ଜଳି କେ ଇର୍ଷାରେ

 ତୁମ ଆକାଶରେ ନିଆଁ ଜାଳି ଦେଇପାରେ

ସେହି ନିଆଁ ଯଦି ତୁମ ଦେହେ ଲାଗେ

 ବଡ ଦୁର୍ଘଟଣାଟିଏ ଘଟିପାରେ

ଅତି ବିକଳରେ ତୁମେ ଡାକୁଥିବ

 କେହି ତ ନଥିବେ ତୁମରି ପାଖରେ

 ତୁମର ସେ ଡାକ ଶୁଣିବାକୁ

କେହି ତ ନଥିବେ ତୁମରି ପାଖରେ

    ତୁମକୁ ନିଆଁରୁ ଉଦ୍ଧାରିବାକୁ

ହେ ଜହ୍ନ ହେ ଜହ୍ନ ହେ ଜହ୍ନ

ସାମ୍ନାରେ ରଖ ଜୋଛନାକୁ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational