STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ତୋ ଆଖିରେ ମୋ ଆଖି

ତୋ ଆଖିରେ ମୋ ଆଖି

1 min
247


ଅଣସର ଘରେ ଫୁଲୁରି ତେଲରେ

ମହମହ ବାସେ କାଳିଆ,

ଜରରୁ ଉଠି ସେ ରଥରେ ବସିବ

ହଲାଇ ଆସିବ ଟାହିଆ।

କଳାକାହ୍ନୁ ବଡ଼ ହଟିଆ

ବଡ଼ଦାଣ୍ଡେ ତାକୁ ଚାହିଁ ରହିଥିବେ

ଦେଖି ହେବେ ଭକ୍ତ ବାଇଆ।


ବଡ଼ଦାଣ୍ଡ ଧୂଳି ଦେହେ ହୋଇ ବୋଳି

ସାତ ଜନ୍ମ ପାପ ଧୋଇଣ,

ଜୟ ଜଗନ୍ନାଥ ଉଚ୍ଚ ସ୍ଵରେ ଡାକି

ମୁଣ୍ଡିଆ ମାରିବା ଅରୁଣ,

ଆହାଃ ଭକ୍ତ ଭଗବାନ ମିଳନ

ସିଂହଦ୍ଵାରେ ଚକାନୟନ ସାଥିରେ

ମିଶାଇ ଦେବି ମୋ ନୟନ।


ଜୟ ବିଜୟ ସାଥିରେ ହନୁମାନ

ଛୁଇଁ କରିବି ଜଣାଣ,

ଗୋଟି ଗୋଟି ଗଣି ବାଇଶି ପାହାଚ

ଚଢିବି କରି ନମିଣ,

ଗୁହାରି କରିବି ପୁଣ

ତୁମ ଚକାଆଖି ମୋ ଆଖିରେ ନାଚୁ

ନାଚୁ ଛାଡିଯାଉ ପ୍ରାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational