ବାଇ
ବାଇ
ବାଇ ଚଢେଇର
ସଯତ୍ନେ ...
ବାଛି ଆଣି ଗୁନ୍ଥା
ସବୁ ସରୁ ସରୁ କୁଟା, ଛଣ
ପତ୍ର, ଶିରା ରେ ଯୋଚା ବସା ,
ଦୋହଲି ଦୋହଲି ରହେ ।
ପବନର ଜୋର୍ କାଇଁ ? ତାକୁ ହରେଇ ଦେବାକୁ !
ଏତେ ସ୍ନେହ ସେଠି ପେନ୍ଥା ପେନ୍ଥା ଯେ ।
ନା ସେଥିରେ ପାଣି ପଶେ ନା ପୋକ,
ନା ସେଠି ସାପ ପହଞ୍ଚେ ନା ହାତ,
ଗାଇ ଚରେଇ ଫେରେଇବା
ବାଟରୁ ସିଏ ସିନା
ଧାପିକିଆ ଥଣ୍ଟରେ ପାଚିଲା ବେଲ ଉଣ୍ଡାଳେ,
କଣ୍ଟି କଣ୍ଟି କଣ୍ଟେଇ କୋଳି ଗୋଟାଏ ,
ବିଲ ସାରା ଥଣ୍ଟ ଘଷି ଘଷି ଥୋବରା କରେ କଣିକାଏ ସାଉଁଟିବାକୁ,
ଡେଣା ଯାକ ଧୂସ ବୋଳି ହୁଏ
ଖୁନ୍ଚି ହେଇ କଟିଗଲେ ବି ,
ଚିଁ ଚିଁ ହସି ଗୀତ ଗାଇପାରେ
ମାଆ ଟିଏ ପରା ।।
ହେଲେ କୋଳରେ ବସେଇ
ଗୀତ ଶୁଣେଇ ଝୁଲା ଖାଇବା
ଡେଣା ଦିଟି ଯାଇ
ଘାଇର ମୁଣ୍ଡ ରେ
ଶେଷ ଶ୍ରାବଣକୁ ।।
ଫୁର୍ ର୍ ର୍
ମାଆ ଚଢେଇ ତ !
ଭୁଲା ରୋଗ ଟିକେ ଭୋଗୁଥାଏ ,
ତା' କୋଳ ଛଡା
ଆଉ ସବୁ ଭୁଲିଯାଏ ।।
________________________€
ଲୋପାମୁଦ୍ରା ପରିଡା
ପାନାଥୁର
ବାଙ୍ଗାଲୋର
