Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUPRIYA MOHANTY

Classics

4  

SUPRIYA MOHANTY

Classics

ରଙ୍ଗହୀନ ଆଜି ରତନ ବେଦୀ

ରଙ୍ଗହୀନ ଆଜି ରତନ ବେଦୀ

1 min
355


ବରଷକେ ଥରେ ବୁଲିବାକୁ ଯିବେ

କଳା ଦିଅଁ କଳାମଣି

ମାଉସୀ ମା ଘରେ ରହିବେ ଠାକୁର

ଭାଇ ଭଉଣୀଙ୍କୁ ଘେନି l


ପରିପୂର୍ଣ ହେବ ଆଡପ ମଣ୍ଡପ

ରଙ୍ଗ ହୀନ ରତ୍ନ ବେଦୀ

କୋଟି ଓଡ଼ିଆଙ୍କ ମଉଡମଣୀ ସେ

ଯାଇଛନ୍ତି ଜନ୍ମ ବେଦୀ l


ଆଡପ ମଣ୍ଡପେ ସାତ ଦିନ ଯାଏ

ରହିବେ ତିନି ଠାକୁର

ମାଉସୀ ମା କୁ କଥା ଦେଇଥିଲେ

ରଖିବେ କଳା ଠାକୁର l


ଭାଇ ଭଉଣୀଙ୍କୁ ରଥରେ ବସେଇ

ବରଷକେ ଥରେ ଆସେ

ଯଜ୍ଞ ବେଦୀ ପରେ ମାଉସୀ ମା ସାଥେ

କାଖର ଦୋଳିରେ ବସେ l


ନାନାବିଧ ନୃତ୍ୟ ଗୀତ ତାଳେ ତାଳେ

ଝୁମିବେ ତିନି ଠାକୁର

ସାତ ଦିନ ଯାଏ ଲାଗି ରହିଥିବ

ପରିପୂର୍ଣ ଭୋଗ ସମ୍ଭାର l


ତିନି ରଥେ ତିନି ପତାକାକୁ ରଖି

ପୂଜାର୍ଚ୍ଚନା ଲାଗିଥିବ

ତାଳଧ୍ଵଜ ରଥେ ଲଙ୍ଗଳଧ୍ଵଜ ଯେ

ନିତି ପୂଜା ପାଉଥିବ l


ସୁଭଦ୍ରା ଙ୍କ ରଥେ ପଦ୍ମଧ୍ଵଜ ରଖି

ଆଦରେ ପୂଜା କରିଲେ

ଜନ୍ମ ଜନ୍ମ କ୍ଳେଶ ଦୂର ହୋଇଯିବ

ମା ର ପାଦ ସେବିଲେ l


ଗରୁଡଧ୍ଵଜ ଯେ ନନ୍ଦିଘୋଷ ରଥେ

ପୂଜା ପାଏ ଏହି ଦିନ

କଳାଠାକୁର ଙ୍କୁ ନଦେଖି ଭକତ

କେମିତି କାଟିବ ଦିନ l


ଯଜ୍ଞ ବେଦୀ ପରେ ମାଉସୀ ମା ସାଥେ

ପ୍ରଭୂ ବ୍ୟସ୍ତ ରହିଗଲେ

ମହାଲକ୍ଷ୍ମୀ ଙ୍କର ସେନେହ ଶରଧା

ମନରୁ ପାଶୋରି ଦେଲେ l


କ୍ରୋଧ କରି ମା କବାଟ କିଳିଲେ

ଆଉ ଦେଖା ଦେବେ ନାହିଁ

ମହାପ୍ରଭୁ ଗଲେ ଭଉଣୀ ସହିତ

ମୋତେ କିମ୍ପା ନେଲେ ନାହିଁ l


ଆଡପ ମଣ୍ଡପ ପରିପୂର୍ଣ ଦିଶେ

ରତ୍ନ ମଣ୍ଡପ ଯେ ଫିକା

ବାହୁଡା଼ ପଥକୁ ଭକତ ଚାହିଁଛି

କାଳିଆ ଦେବନି ଧୋକା l


ଗୋମୟ ଜଳରେ ପାକଶାଳା ଧୋଇ

ରାନ୍ଧିବେ ଯେ ସୁପକାର

ମା ହାତ ରନ୍ଧା ସୁସ୍ୱାଦୁ ବ୍ୟଞ୍ଜନ

ଭୁଞ୍ଜିବେ ତିନି ଠାକୁର l


ଏହି ସାତ ଦିନ ପୁଣ୍ୟ ଦିନ ସତେ

କରିଲେ ଜଗା ଦର୍ଶନ

ପାପ ଧୋଇଯିବ ମୁକ୍ତି ମିଳିଯିବ

ଲଭିବ କୋଟିଏ ପୁଣ୍ୟ ।


Rate this content
Log in

Similar oriya poem from Classics