ଅଭିସାରିକା
ଅଭିସାରିକା
ଚାହିଁ ଚାହିଁ ଦିନ ସରେ ଅମା ଅନ୍ଧକାର ଆସେ ପହଁରି ପହଁରି,
ମନେପଡେ ମନେ ପଡେ ଆଜି କେହି ଆସୁଥିବ ଆଲୋକର ଜ୍ୟୋତି ପଛ କରି l
ଦରଜା ପାଖେ ଅଭିସାରିକା ଟେ ସାଜି
ପାଦରେ ପାଉଁଜି ନାଇ
ନେତ୍ର ତାର ନସ୍ଫୁରଇ
ଚାହିଁ ବାଟ ତାରେ
ଆସିଛି ଏବେ ଏବେ ତା ଜୀବନେ,
ଶୂନ୍ୟ ମନ ଇଲାକାରେ ସଂଜୀବନୀ ମନ୍ତ୍ର ସିଞ୍ଚି ସେ କଣ ରହିବ ସଜତ୍ନେ ?
ପ୍ରତିଦିନ ନୂଆ ଏକ ପ୍ରଶ୍ନବାଣ
ପ୍ରଶ୍ନ ପରେ ପ୍ରଶ୍ନ
କୋରି ପକାଉଛି ତାର ମନ ଆଉ ପ୍ରାଣ
ପ୍ରଶ୍ନ ର ଅଡୁଆ ତଡୁଆ ଘେରରେ
ନିତିପ୍ରତି ଛନ୍ଦି ହେଉଥାଏ
ମନ ଆଉ ହୃଦୟର ବୁଢିଆଣୀ ଜାଲ ରେ l
ସେ କିଏ ?
କଣ ତାର ପରିଚୟ ?
ସେ କଣ ରାସ୍ତା କଡ଼ ପରିତ୍ୟକ୍ତା ନାମ ଫଳକଟେ...,
ଜଣେ ନୁହେଁ ଥରେ ନୁହେଁ
ବାରମ୍ବାର ଆସିବେ ଅନେକ
ଦେଖି ଶୁଣି ଚାଲିଯିବେ ନିଜ ନିଜ ଗନ୍ତବ୍ୟ ପଥରେ
ରହିଯିବ ସେ ଏକା
ଏକା ସେ ରହିଯିବ
ନିଜକୁ ନିଜେ ପ୍ରଶ୍ନ କରିକରି l
ସେ କଣ କେବେ ଚାହିଁନାହିଁ
ପାଦରେ ଅଳତା ନାଇ
ପାଞ୍ଚ ପାଞ୍ଚ ଅଙ୍ଗୁଠିକୁ ଚିକ ମିକ
ଝୁଣ୍ଟିଆ ରେ ସଜେଇ
ମଥାରେ ହାତେ ଲମ୍ବର ଓଢଣୀ ଦେଇ
ଲାଜମିଶା ନୟନରେ, ବାଟ କା'ର ଚାହିଁଥାନ୍ତା କଣେଇ କଣେଇ
ସେ କଣ ଚାହିଁନାହିଁ କେବେ
ସ୍ୱାମୀ ସୁହାଗିନୀ ହୋଇ
ଅଳି କରି ଟିକେ ଗେଲ୍ହେଇ ହେବା ପାଇଁ,
ତନୁ ମନ ସବୁ ଯେ ଅତୃପ୍ତ
ସମୟର ସୁଅ ଧାରେ ନିଜକୁ ଦେଖେଇ ହୁଏ
ସେ ଜଡ଼, ସ୍ଥବିର, ନିର୍ବିକାର l
ସେ କଣ ସତରେ ନିର୍ବିକାର ?
ସେ ଡରିଯାଏ
ସେ ଡରିଯାଏ ନିର୍ଭୟରେ ଚାଲିବାକୁ
ଅସୁରିଆ ଆଖି କେତୋଟି ଚାରିପାଖେ ତାର ପ୍ରହରା ଦେଉଥାଏ
ଟକ କରି ଗିଳିପକାଇବ ସତରେ....l
କିଏ ସେ ?
ଯେ ଦେବ ତାରେ ଅଭୟ
କାହାକୁ ସେ କରିବ କରିବ ବିଶ୍ୱାସ
ଯାହା ପାଇଁ ଦୁନିଆରେ ତାର ପରିଚୟ,, ବାପା
ସେ ଏକ ପୁରୁଷ.,l
ଅଳି ଅଝଟରେ କେବେ କାଖରେ ଝୁଲିଛି ତ କବେ କାନ୍ଧରେ ଲାଉ ହୋଇ ନିର୍ଭୟ ରେ ରାତି ରାତି ବୁଲିଛି
ସାଥିରେ ଖେଳିଛି କେତେ ପିଠି ପରେ ଘୋଡା ହୋଇ
ଗୋଟିଏ ଥାଳିରେ ଖାଇ ବସି କେତେ ଲଢେଇ କରିଛି
ସୁରକ୍ଷିତା ମଣିନି ନିଜକୁ,,. ସେ ବି ପୁରୁଷ l
ପୁରୁଷ ସେ ବି ତ
ସାଥି ହୋଇ ଚାଲିବ ସେ ପଥ
ସାଜିବ ଅଭିସାରିକା
ନିଜକୁ ହଜାଈ ଦେଇ ଗଢ଼ିବ ସେ ସୃଷ୍ଟିର କୋଣାର୍କ l
ପୁରୁଷ ସେ ବି ତ
ଯାହା ପାଖେ ଭୁଲିବ ନିଜକୁ
ପ୍ରତିକ୍ଷଣେ ଦଗ୍ଧ କରିଚାଲିଥିବ ଶରୀର
ନିଜକୁ ସଜାଡ଼ି ନେବା ପୂର୍ବରୁ
ଝୁଣି ଝୁଣି କ୍ଷତ ବିକ୍ଷତ କରି ସାରିଥିବ ସେହି ପ୍ରିୟ ପୁରୁଷ
ଅବଶୋଷ କି ଅଭିମାନ ନଥାଏ
ନଥାଏ ଗ୍ଲାନି ଆଉ ଶଙ୍କା
ଗର୍ବିତା ମନେ କରେ ନିଜକୁ
ଆନନ୍ଦରେ ଦୁଃଖ କଷ୍ଟ ଯନ୍ତ୍ରଣାକୁ ବକ୍ଷେ ଚାପିଦିଏ l
ଯନ୍ତ୍ରଣା କୁ ବକ୍ଷେ ଚାପି, ଅପେକ୍ଷା କରେ
ଏକ ନୂତନ ସୂର୍ଯ୍ୟୋଦୟ କୁ
ବାଟ ଚାହିଁ ବସିଥିବ କେବେ ତାରେ ମିଳିବ ପୂର୍ଣ୍ଣତା
ଝିଅ, ଭଉଣୀ, ସ୍ତ୍ରୀ
ସ୍ତ୍ରୀ ରୁ ମା ପାଲଟି ଯିବ l
ଦୁନିଆର ଆଲୋକକୁ ଆଣିବ ତ ଆଣିବ
ସେ ବି ଏକ ପୁରୁଷ
ସେଇ ପିତା, ସେଇ ଭ୍ରାତା ସିଏ ସ୍ୱାମୀ
ସେଇ ପୁଣି ପୁତ୍ର
ଏଠି ନିଜ ପର ଆସୁଛି କେଉଁଠୁ ?
କାହା ପାଇଁ ଅଭୟ ପ୍ରାଚୀର ସାଜି
ଆନ ପାଇଁ କାମାନ୍ଧ ପାଲଟେ
ସତରେ ନାରୀ କେତେ ଅସହାୟା l
ସତରେ ନାରୀ କେଡେ ଅସହାୟାଟିଏ,
ଗୁମୁରି ଗୁମୁରି କାନ୍ଦୁଥାଏ ମନ
ଟିକିଏ ସ୍ନେହ ଶ୍ରଦ୍ଧା ପାଇଁ
ପଦେ ମିଠା କଥାରେ ସେ ନିକୁ ହଜାଏ
ହଠାତ ପ୍ରଳୟ ମାଡିଆସେ
ଖସିଯାଏ ତଳକୁ ତଳକୁ, ରସାତଳକୁ l
ପ୍ରତୀକ ସାଜେନି ସେ ଭରସା ଓ ବିଶ୍ୱାସର
କେବଳ ମାତ୍ର ସେ ଉପଭୋଗ୍ୟା
ଜୀବନ ତା ମିଛ ପ୍ରହେଳିକା
ଜୀବନ ତା ମିଛ ପ୍ରହେଳିକା l
ଆସେ ଯାଏ ଆସେ ଯାଏ
ମନ ତଳେ ସ୍ୱପ୍ନ ଉଙ୍କିମାରେ
ସମ୍ପର୍କର ନୀଡ଼ ଭାଙ୍ଗି ଭାଙ୍ଗି ଯାଏ
ପ୍ରେମ ପକ୍ଷୀ ଉଡ଼ି ଯାଏ ଦୂରେ ବହୁଦୂରେ l
ସେ ସେଇମିତି ଚାହିଁଥାଏ, ତାର ଦରଜା ଫାଙ୍କରେ
କାହାର ଭାରି କଣ୍ଠସ୍ବର ରେ ଚିହିଁକି ଉଠେ
ଫେରିଆସେ ସପନରୁ
ଆରେ
ମୁଁ ଯେ ନାରୀ ଟିଏ,
ସଦା ଉପେକ୍ଷିତା l