ମୁଁ ଦୋଷୀ
ମୁଁ ଦୋଷୀ
ସୁସ୍ଥ ଶରୀର ସୁସ୍ଥ ମସ୍ତିଷ୍କ ସୁସ୍ଥ ମନରେ ନାହିଁ ଆଉ ସୁଖ
ବୟସ ଅନୁପାତେ ପରିବାରକୁ ଦେଇପାରୁନି ଆନନ୍ଦ ଖୁସି ।
ଶିକ୍ଷିତ ହୋଇ ଜୀବନ ବିତୁଛି ଅନ୍ଧକାରର ଉଜ୍ଜ୍ବଳତାରେ
କାହିଁକି କେଜାଣି ଦିନ ଲାଗେ କଞ୍ଚା ଓ ରାତି ଲାଗେ ବାସି ।
ଶାନ୍ତି ସନ୍ଧାନରେ ଅଶାନ୍ତ ହୃଦୟ ନିଜପାଇଁ ନିଜେ ହିଁ ନିର୍ଦୟ
ମୋ' ଅନ୍ତର ଲୁହ ପାଇଁ କାଠଗଡାରେ ମୁଁ ହିଁ ବୋଧେ ଦୋଷୀ ।
ଅଭିମାନ, ତ୍ୟାଗ ସ୍ପଷ୍ଟ ନ ଦିଶିଲେ ଜୀବନ ଲାଗେ ରସହୀନ
କିଛି କୋମଳ କିଛି ଦୁର୍ବଳ କିଛି ଶକ୍ତିଶାଳୀ କିଛି ମୁଁ ସାହସୀ ।
ଜୀବନ ଯାତ୍ରାର ପଥେ ଖରା ଅବା ଆସୁ ଛାଇ, ପାଦକୁ ପ୍ରଶ୍ନ
ପାଦ କହୁଥାଏ ତୋ' ଜୀବନ ପାଇଁ ତୁ ଦାୟୀ, ତୁ ହିଁ ଦୋଷୀ ।
ମନକୁ ତୋର ତୁ ମାରୁଛୁ ଇଛାକୁ ଆଘାତ କରୁଛୁ ବାରବାର
ନିଜେ ତୁ ବିଚାରକ ତୋର ଦେଇପାରୁ ରାଜକ୍ଷମା ଅବା ଫାଶୀ।
