ବିଷାକ୍ତ ସହର
ବିଷାକ୍ତ ସହର
ମାନବିକତା ଓ ମଣିଷ ପଣିଆର
ଏବେ ହୋଇଛି ଅଭାବ ଘୋର
ଶିକ୍ଷିତ ମାନେ ହୋଇଛନ୍ତି ଅତି ସ୍ଵାର୍ଥପର
ଶିକ୍ଷା ସଭ୍ୟତା ନାମେ କରୁଛନ୍ତିି
ପରିବେଶ ଓ ପରିବାର କୁ ଅପରିଷ୍କାର
ଶିକ୍ଷିତ ମାନଙ୍କ ବାସସ୍ଥଳ ପାଲଟିଛି
ଆଜି ଆଧୁନିକତା ନାମେ ବିଷାକ୍ତ ସହର ।
ଗାଁ ମଳି ମୁଣ୍ଡିଆଙ୍କ ଠାରୁ
ସେ ସହରୀ ବାବୁ ଭାୟା ମାନେ
ପରିବାରକୁ କରି ଛାରଖାର
ପାଶ୍ଚାତ୍ୟ ସଭ୍ୟତାରେ ଉଦବୁଦ୍ଧ ହୋଇ
ଭୁଲି ନିଜ ସଂସ୍କୃତି ଓ ସଂସ୍କାର
ପୁଣ୍ୟ ଭୂମି ଏ ଭାରତ ବର୍ଷେ
ରଚନ୍ତି ହାହାକାର
ବିଦେଶୀ ଚଳଣିକୁ ଭାଳନ୍ତି ଆପଣାର
ଭୁଲି ଗାଁ ଗଣ୍ଡା ଘର ପରିବାର
ସହରେ ସ୍ଵାର୍ଥର ଜହର ଭରି
ବନାନ୍ତି ମିଛ ଆଧୁନିକତାର
ସୁଉଚ୍ଚ ଅଟ୍ଟାଳିକାର
ତା ମଧ୍ୟେ ବିଷେ ଜର୍ଜରିତ ହୋଇ
ଗଢି ଉଠେ ଅବିଶ୍ବାସର ବିଷାକ୍ତ ସହର ।
ସଭ୍ୟ ଶିକ୍ଷିତ ସମାଜରେ ପରିଗଣିତ
ସହରେ ପୂର୍ଣ୍ଣ ଦିବାଲୋକେ ଚାଲେ
ନିଶା କାରବାର
ଆଧୁନିକତା ନାମେ ସେଠି
ଆଧୁନିକା ନାରୀ କରେ ଦେହର ବେପାର
ଶିକ୍ଷା ଓ ସଭ୍ୟତାର ଦ୍ଵାହି ଦେଇ ବଞ୍ଚୁଥିବା
ଶିକ୍ଷିତ ଓ ସଭ୍ୟ ମଣିଷର ମାନସିକତା
ଏଠି ଦେଖିବ କେତେ କୁତ୍ସିତ ଓ କଦାକାର
ସଭିଙ୍କ ମନେ ଭରି ରହିଛି କେବଳ
ନିଶା ପୁଞ୍ଜି ରୋଜଗାରର
ଅବିଶ୍ବାସ ବାତାବରଣ ମଧ୍ୟେ
ଶିକ୍ଷା ଓ ସମୃଦ୍ଧିର ପରିବେଶ
ସହର ପାଲଟିଛି ବିଷାକ୍ତ ସହର ।
ନ୍ୟାୟ ଅନ୍ୟାୟର ଏଠି
ନାହିଁ ଯେ ବିଚାର
କାହା ସହିତ ନାହିଁ ସମ୍ବନ୍ଧ କାହାର
କେବଳ ନିଶା ନିଜେ ବଞ୍ଚିବା ଓ ବଢିବାର
ବିକାଶର ଦ୍ଵାହି ଦେଇ ନିମନ୍ତ୍ରଣ କରଇ
ଏ ପୁଞ୍ଜିବାଦୀ ବ୍ୟବସ୍ଥାର ପ୍ରତିଯୋଗିତାର
ବାଦ ବିବାଦ ଏଠି ବେଶୀ
ଭେଦଭାବ ର ସ୍ଥାନ ଏ ପର ଆପଣାର
ଜାତି,ଧର୍ମ, ବର୍ଣ୍ଣ ଲିଙ୍ଗର ପ୍ରଭେଦରେ
ଏ ସଭ୍ୟ ଶିକ୍ଷିତ ସ୍ଥଳ ଯେ ଭରପୁର
ଗାଁ ପରା ମା' ଏ କଥାକୁ ସୂଚାଏ
ସଭ୍ୟ ଶିକ୍ଷିତଙ୍କ ଦ୍ଵାରା ନିର୍ମିତ
ଅଶାନ୍ତ ବିଶୃଙ୍ଖଳିତର ବିଷାକ୍ତ ସହର ।
ଈଜ୍ଜତ୍ କେତେ ଗାଉଁଲି ମଫସଲି
ଖଟିଖିଆ ମଣିଷର
ସେ ବୁଝେ ମା' ମାଟି ପାଇଁ
କ'ଣ କର୍ତ୍ତବ୍ୟ ତାହାର
ଭିନ୍ନତା ମଧ୍ୟେ ଏକତା ସୂତ୍ରେ
ବାନ୍ଧି ରଖେ ତା ଘର ପରିବାର
ଅପାଠୁଆ ମୁଲିଆ ବୁଝିଛି
ଦେଶଭକ୍ତି ତାହାର
ଶିକ୍ଷିତ ସଭ୍ୟ ସହରୀ ମଣିଷ
ଦିନୁଁ ଦିନ ହୋଇ ସ୍ଵାର୍ଥପର
ମାତୃଭାଷା ମାତୃଭୂମି ପ୍ରତି
ଭୁଲି କର୍ତ୍ତବ୍ୟ ତାହାର
ଗଢିତୋଳେ ସହରକୁ
ବିଳାସ ବ୍ୟସନ ଉପଭୋଗର
ବିଷାକ୍ତ ସହର ।