STORYMIRROR

Arjun Das

Romance Tragedy

4  

Arjun Das

Romance Tragedy

ହସ ଓଠ ତଳର

ହସ ଓଠ ତଳର

1 min
403

ଅମାବାସ୍ୟାର ଅନ୍ଧାରରାତି ପରି

ପ୍ରିୟା ଥିଲା ସେଇ ଦିନ

କାଚର କଣ୍ଢେଇ ପରି ଯେବେ

ଭାଙ୍ଗି ଥିଲ ମୋର ମନ   ।।


ହସ ସବୁ ମୋର ଲୁହରେ ବଦଳି

କଲ ମତେ ହୀନିମାନ

ସେଇ ଲୁହ ଆଜି ଖୋଜୁଛି ଠିକଣା

ହଜାଇ ପୁରୁଣା ଦିନ    ।।


ହସିବାକୁ ଇଛା ହେଉଥିଲା ହେଲେ

ହସି ନାହିଁ ବହୁ ଦିନୁ

ଖାଲି ହସିବା ଭଳି ଅନୁଭବ କରେ 

କେବଳ ତୁମରି ବିନୁ    ।।


ବେଳେ ବେଳେ କିଛି ହସ ପରା

ନିଜ ଓଠ ପିଇ ଯାଏ

କାହିଁ କେବେ ଅପେକ୍ଷା ପରେ ଏତିକି

ଦେଖିବାକୁ ମିଳିଥାଏ   ।।


କେତେ ଛଳନାର ଅନ୍ତ କରିବାର

ନିରାଟ ସାଖିରହିଛି

କିନ୍ତୁ ସବୁ କିଛି ଲୁଚି ଯାଏ ସେଇ ଓଠର

ଟିକେ ହସରେ ସବୁ କିଛି     ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance