ହସ ଓଠ ତଳର
ହସ ଓଠ ତଳର
ଅମାବାସ୍ୟାର ଅନ୍ଧାରରାତି ପରି
ପ୍ରିୟା ଥିଲା ସେଇ ଦିନ
କାଚର କଣ୍ଢେଇ ପରି ଯେବେ
ଭାଙ୍ଗି ଥିଲ ମୋର ମନ ।।
ହସ ସବୁ ମୋର ଲୁହରେ ବଦଳି
କଲ ମତେ ହୀନିମାନ
ସେଇ ଲୁହ ଆଜି ଖୋଜୁଛି ଠିକଣା
ହଜାଇ ପୁରୁଣା ଦିନ ।।
ହସିବାକୁ ଇଛା ହେଉଥିଲା ହେଲେ
ହସି ନାହିଁ ବହୁ ଦିନୁ
ଖାଲି ହସିବା ଭଳି ଅନୁଭବ କରେ
କେବଳ ତୁମରି ବିନୁ ।।
ବେଳେ ବେଳେ କିଛି ହସ ପରା
ନିଜ ଓଠ ପିଇ ଯାଏ
କାହିଁ କେବେ ଅପେକ୍ଷା ପରେ ଏତିକି
ଦେଖିବାକୁ ମିଳିଥାଏ ।।
କେତେ ଛଳନାର ଅନ୍ତ କରିବାର
ନିରାଟ ସାଖିରହିଛି
କିନ୍ତୁ ସବୁ କିଛି ଲୁଚି ଯାଏ ସେଇ ଓଠର
ଟିକେ ହସରେ ସବୁ କିଛି ।।