ଗୋଲାପି ପ୍ରିୟା
ଗୋଲାପି ପ୍ରିୟା
ନିଦ କରେ ଚୋରୀ ପ୍ରତିକ୍ଷଣେ
ନୟନେ ଭାସେ ତା ପ୍ରତିଛବି
ବିତିଯାଏ ସମୟ ମୋର ରେ
ସେଇ ସୁନ୍ଦର ତୃପ୍ତିକୁ ଭାବି ।
ସ୍ପଦନରେ କରିଛି ଘର ସେ
ତା' ପାଶେ ଅଛି ସର୍ବସ୍ବ ଖୁସି
ଆନମନା ମନ ହୁଏ କାଇଁ
ଦେଖି ତା'ର ଖିଲି ଖିଲି ହସି ।
ଭିଡ ଭିତରେ ବି ହୁଏ ଚିହ୍ନି
ଟାଣେ କାଇଁ ପାଦର ଅଳତା,
ଅବୁଝା ଶବ୍ଦ ମାନେନା ବୋଲ
ହୃଦୟେ ଲେଖେ ପ୍ରିତି କବିତା ।
ଲାଜକୁଳୀ ଲତା ସେ ଭାରି ଅଭିମାନିନୀ
ମନେହୁଏ କାଳେ ସିଏ ମୋର ସମ୍ମୋହିନୀ,
ସୁନା ହରିଣୀ ଆଖିରେ ହଜିଯାଏ କାଇଁ
ଛନ୍ଦି ହୁଏ ମନ ସଦା ଦେଖି ତା ଚାହାଣୀ ।
ରାଜହଂସୀ ଭଳି ଚାଲି ତା'ର
ମନକୁ କରିଦିଏ ସେ ଦୁଷ୍ଟ,
ଗୋଲାପି ଓଠ ନରମ ସ୍ୱର
କରି ଦେଲାଣି ମୋତେ ରେ ନଷ୍ଟ ।
କସ୍ତୁରୀ କସ୍ତୁରୀ ମହକ ତାହାରି
ମୋତେ ମୋରି ଠାରୁ କରିନିଏ ଚୋରି ,
ଅଟକାଇ ପାରେନାହିଁ ମୋ ଆଖିକୁ
ଲାଗେ ଯେପରି ତା ବିନା ଯିବି ମରି ।