Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପବିତ୍ର ବେହେରା , ସମ୍ବଲପୁର

Abstract Classics Children

3  

ପବିତ୍ର ବେହେରା , ସମ୍ବଲପୁର

Abstract Classics Children

ରାକ୍ଷୀ

ରାକ୍ଷୀ

1 min
196


ରାକ୍ଷୀ ନୁହଁଇ କେବଳ

     ଦୁଇଟି ଅକ୍ଷର ,

ବନ୍ଧନ ଏ ଅଟଇ ଯେ

      ସ୍ନେହ ମମତାର।।


ରାକ୍ଷୀ ବାନ୍ଧଇ ଭଉଣୀ

     ତା ଭାଇ ହାତେ,

ହେବ ବୋଲି ଭାଇ ସାହା

    ବିପଦେ ମୋତେ ।।


ପୁଣ୍ୟ ବନ୍ଧନ ଏ ରାକ୍ଷୀ

       ଥାଉ ଯେ ସବୁରି ,

ଜନ୍ମ ଜନ୍ମାନ୍ତର ପାଇଁ ସମ୍ପର୍କ

       ରହୁ ପ୍ରଭୁ ଏପରି ।।


ରାକ୍ଷୀ ପାଇବାର ନଥାଏ

      ସଭିଙ୍କ ଭାଗ୍ୟରେ,

ଭଉଣୀ ଦେଇ ନଥାଏ

     ବିଧାତା ସତରେ ।।


କାହା ନାହିଁ ଭାଇ ପୁଣି

      କାହା ନାହିଁ ଭଉଣୀ ,

ତାଙ୍କର ହୃଦୟ ବେଦନା

     କେ ପାରୁଛି ଜାଣି ।।


କେ ବାନ୍ଧିବ ରାକ୍ଷୀ ମୋତେ

    ନାହିଁ ମୋ ଭଉଣୀ ,

ଏତେ ଦୁଃଖ ଦିଅ କାହିଁ

   ପ୍ରଭୁ ଜାଣି ଜାଣି ।।


ଭାଇର କର୍ତ୍ତବ୍ୟ ପାରୁନି

      ମୁଁ ଆଜି କରି ,

ଆର ଜନମରେ ଝିଅ ଜନମ

     ଦିଅ ଏତିକି ଗୁହାରି ।।


କେ କରି ପାରିବ ଆନ

     ଭାଗ୍ୟର ଲେଖାକୁ ,

ପ୍ରଭୁ ଙ୍କ କୃପାରୁ ରକ୍ଷା ବନ୍ଧନ

     ଖୁସି ଦେଉ ସଭିଙ୍କୁ ।।


କର ନାହିଁ ଦୁଃଖ ମୋ

     ଭଉଣୀ ନାହିଁ ବୋଲି ,

କେତେ ଭଉଣୀ ଅନାଇ ବସିଛି

    ବାନ୍ଧିବ ତୋ ହାତେ ରାକ୍ଷୀ କାଲି।।


ଭାଇର କର୍ତ୍ତବ୍ୟ କରିଚାଲ

   ସଂସାରକୁ ଭଉଣୀ ଭାବି ,

କେତେ ଭଉଣୀ ପିନ୍ଧାଇବେ ରାକ୍ଷୀ

   ପାରିବନି ତୁମେ ଭାବି ।।



Rate this content
Log in

Similar oriya poem from Abstract