STORYMIRROR

ପବିତ୍ର ବେହେରା , ସମ୍ବଲପୁର

Classics Others

2  

ପବିତ୍ର ବେହେରା , ସମ୍ବଲପୁର

Classics Others

ମା ଲକ୍ଷ୍ମୀ

ମା ଲକ୍ଷ୍ମୀ

1 min
116


ଜୟ ଜୟ ମାଗୋ ସାଗର ଦୁଲଣୀ

   ତୋ ପାଦେ କରେ ଜୁହାର,

ଭଲେ ରଖିଥିବୁ ତୋ ଛୁଆ ପିଲାକେ

   ନାଇଁ କରିବୁ ମା ପର ।।


କି ସୁନ୍ଦର ଆହା ତୋ ପୂଜା ବରତ

  ଯେ କରେ ସ୍ୱର୍ଗେ ତା ଘର,

ଧନ ଜନ ଗୋପ ଲକ୍ଷ୍ମୀ ଭରିଦେଉ

  ଦେଉ ମନ ଜାଣି ବର ।।


ଚାଣ୍ଡାଲୁଣି ଘରେ ହେଲୁ ବୋଲି ଉଭା

   ଦେଲେ ଶ୍ରୀମନ୍ଦିରୁ ତୋତେ ଖେଦି,

ବାର ବରଷ ପ୍ରଭୁ ରହିଲେ ଉପାସେ

   ଶେଷେ ଦେଲୁ ଅନ୍ନ ବାଢ଼ି ।।


ଜାତି ଭେଦଭାବ ହେବ ଯଦି ଦୂର

  ଫେରିବି ଆପେ ମୁଁ ଶ୍ରୀମନ୍ଦିର,

ବ୍ରାହ୍ମଣ-ଚାଣ୍ଡାଳ ଖାଇବେ ଏକାଠି

  ହେଉ ବୋଲି ଆଜ୍ଞା ଦେଲେ ଠାକୁର ।।


ଏବେବି ରହିଛି ଜାତି ଭେଦଭାବ

   ପାରୁନୁ କି ତୁହି ଜାଣି ,

ନୀଚ୍ଚ ଜାତି କହି କରନ୍ତି ବାରଣ,

  ଅନ୍ୟଥା ହେଲାକି କାଳିଆ ର ବାଣୀ ।।


ହରିବୋଲ ହୁଳହୁଳି ଦିଅ

  ଦଦା କକା , ମା , ଭଉଣୀ ,

ହୋଇବେ ଆନନ୍ଦ ମା ଲକ୍ଷ୍ମୀ

  ଦେବେ ବର ମନ ଜାଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics