STORYMIRROR

ପବିତ୍ର ବେହେରା , ସମ୍ବଲପୁର

Classics

3  

ପବିତ୍ର ବେହେରା , ସମ୍ବଲପୁର

Classics

ଗୁହାରି

ଗୁହାରି

1 min
294

ଆହେ ପରଂବ୍ରହ୍ମ ଜଗତର ନାଥ

        କୋଟି ବ୍ରହ୍ମାଣ୍ଡ ଠାକୁର ନାରାୟଣ ହେ

ଅନ୍ୟ ଗତି ନାହିଁ ତୁମ୍ଭ ପାଦ ଛାଡି

       ଜଡ ଚେତନ ସର୍ବେ ଚରଣେ ତୁମ୍ଭ ହେ ।।

ପାପୀ ପାଇଁ ତୁମ୍ଭେ ପୁଣ୍ୟର ସିନ୍ଧୁକ

       ତୁମ୍ଭେ ସଦା ଡୋରୀରେ ବନ୍ଧା ଭକତର ,

ଧର୍ମର ଜୟ ହେଉଥାଉ କାଳିଆ

       ଗୁହାରି ଘେନ ହେ ପ୍ରଭୁ ସାରା ସୃଷ୍ଟିର ।।

ନୀଳଚକ୍ରେ ବାନା ଉଡେ ଫରଫର

        ଆହା ଦିଶେ କି ସୁନ୍ଦର ,

ପତିତପାବନ ସାହା ଆମରି ହେ

        ଜନ୍ମ ହେଉ ଶାନ୍ତିର ସଂସାର ।।

ଦୁଃଖ ହର ହରି ହେ ପ୍ରାଣୀଙ୍କ ସକଳ

       ଫୁଟୁ ସଭିଙ୍କ ମୁହେଁ ଉଲ୍ଲାସ ,

କଲ୍ୟାଣ କର ହେଉ ସଂସାର ଉଜ୍ଜ୍ୱଳ

        ପୂର୍ଣ୍ଣ କର ସବୁରି କଳସ ।।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics