ନାରୀ ଟିଏ ମୋ ସାଙ୍ଗ"
ନାରୀ ଟିଏ ମୋ ସାଙ୍ଗ"
ସେଦିନ ତୁ କହୁଥିଲୁ ସାଙ୍ଗ
ଏତେ ସବୁ ଅନ୍ୟାୟ
ଏ ଭାରତ ବର୍ଷରେ ନାରୀ ମାନେ
କେମିତି ସହୁଛନ୍ତି।
ସେଦିନ ବି ତୁ କହୁଥିଲୁ ସାଙ୍ଗ
ଯୁଗ ଯୁଗ ଧରି କଣ ନାରୀ ମାନେ
କେବଳ ସହି ଚାଲିଥିବେ ଅତ୍ୟାଚାର।
ଦେଖ ଶ୍ରୀରାମ ଚନ୍ଦ୍ର ଙ୍କ କାହାଣୀ
ନିଜର ସତୀ ସ୍ବାଧି ସ୍ତ୍ରୀକୁ
ଏତେ ସବୁ ପରୀକ୍ଷା କରି ସାରିଲା ପରେ ବି
ଶେଷରେ ଗର୍ଭବତୀ ଅବସ୍ଥାରେ
ନିର୍ବାସନ ର ଦଣ୍ଡ ଦେଲେ
ତା ପୁଣି
ପର କଥାରେ ପ୍ରଭାବିତ ହୋଇ।
ତାଙ୍କୁ ଆମେ ପୁରୁଷୋତ୍ତମ ବୋଲି
କହି ପୂଜା କରୁଛନ୍ତି।
ଦେଖ ଅହଲ୍ୟା ଙ୍କ କଥା
ବିନା ଅପରାଧରେ ନିଜ
ସ୍ବାମୀ ଙ୍କ କ୍ରୋଧର ଶିକାର ହୋଇ
ଦୀର୍ଘ ଦିନ ପାଷାଣ ହୋଇ ରହିଲେ।
ଦେଖ ଦ୍ରୌପଦୀଙ୍କ ର କଥା
ପ୍ରଥମେ ପଣ୍ୟ ଦ୍ରବ୍ୟ ସଦୃଶ୍ୟ
ପାଞ୍ଚ ଭାଇ ଭାଗ କରିନେଲେ,
ଜୁଆ ଖେଳ ଖେଳି ନିଜର
ତାମସିକ ଉପଭୋଗ ର
ବସ୍ତୁ ସଦୃଶ୍ୟ ଜୁଆର ଦାଓରେ
ଲଗାଇ ହାରିଦେଲେ।
ପ୍ରଥମ ପ୍ରଶ୍ନ ସେ ପାଞ୍ଚ ବୀର ପୁଙ୍ଗବଙ୍କୁ
ଯିଏ ନିଜର ପତ୍ନୀ କୁ
ଏକ ଦ୍ରବ୍ୟ ଭାବରେ
ବ୍ୟବହାର କରିଥିଲେ ,
ସେମାନେ ସ୍ବାମୀ ହେବା ପାଇଁ ଯୋଗ୍ୟ କି?
ତାପରେ ଭରି ସଭା ମଧ୍ୟରେ
ବସ୍ତ୍ର ହରଣ କରିବା ପାଇଁ
ନିରବ ସମ୍ମତି ପ୍ରଦାନ କରିଥିଲେ।
ଗୋଟିଏ ଅସ୍ପୃଶ୍ୟ ନାରୀକୁ
ଜବରଦସ୍ତ ଟାଣି ଘୋଷାରି ଆଣି
ତାର ବସ୍ତ୍ର ହରଣ କରିବା
କଣ ତାର ଇଜ୍ଜତ ହରଣକୁ ସୁଚାଏ ନାହିଁ କି?
ତା ପୁଣି ସମସ୍ତ ପିତୃ ପିତାମହ ଙ୍କର
ଚକ୍ଷୁ ସାମ୍ନାରେ।
ଏ ଭଳି ଘୃଣ୍ୟ ଲଜ୍ୟାଶୀଳ ଦୃଶ୍ୟ କୁ
ସେମାନେ ମନ ଭରି
ଉପଭୋଗ କରିଥିଲେ ,
ଆଉ ଏ ଯାବତ୍ ସେ ଦୃଶ୍ୟ କୁ
ବାରମ୍ବାର ପ୍ରସାରଣ କରି
ସେଥିରୁ ମୋଟା ଅଙ୍କର ଅର୍ଥ
ଆମର ଏ ଭାରତ ବର୍ଷର ପ୍ରିଣ୍ଟିଂ ମିଡ଼ିଆ
ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ ମିଡିଆ ପର୍ଯ୍ୟନ୍ତ
ରୋଜଗାର କରୁଛନ୍ତି।
ଏ ସବୁର ପ୍ରତିବାଦ କରିବା କଣ
ଆଜିର ମହିଳା ଦିବସ ର
ପ୍ରଧାନ ଦାୟିତ୍ଵ ନୁହେଁ।
ଆମ ଭାରତର ଶିକ୍ଷା ସଂସ୍କୃତି ର
ମୂଳ ପୁସ୍ତକ ଗୀତା,ଭାଗବତ,
ବେଦ, ଉପନିଷଦ ରେ
ବର୍ଣ୍ଣନା କରାଯାଇଛି ଯେ
ସ୍ତ୍ରୀ ଶୁଦ୍ର ସହିତ ସମାନ।
କାହିଁକି ?
ଏହାର ଉତ୍ତର ଦେବ କିଏ?
ଯେତେ ମୁନି ରୁଷି ମହାତ୍ମା ମାନେ
ଆମ ଭାରତର ସଂସ୍କୃତି ରେ
ଆସନ ଭିଡ଼ି ବସି ରହିଛନ୍ତି
ତାଙ୍କୁ ଏକ ସୁଉଚ୍ଚ ସ୍ଥାନ ଦେବାପାଇଁ
ତାଙ୍କ ସ୍ତ୍ରୀ ମାନେ କ'ଣ
କିଛି ତପସ୍ୟା କରିନାହାନ୍ତି,
କିଛି ତ୍ୟାଗ, ବଳିଦାନ କଣ ତାଙ୍କର ନାହିଁ।
ହଁ ମୁଁ ମାନୁଛି ସେମାନେ ମହାନ
କିନ୍ତୁ ସେମାନେ ନାରୀକୁ
ମହାନ କହିବା ପାଇଁ
ଏତେ କୁଣ୍ଠା ବୋଧ କାହିଁକି କରିଛନ୍ତି।
ଆମ ଦେଶରେ ମହାନ ପୁରୁଷ ମାନଙ୍କ
ସାଥିରେ ସମ ସାମୟିକ ଭାବେ
ବିଦୁଷୀ ମହିୟସୀ ମହିଳା ମଧ୍ୟ
ଜନ୍ମଗ୍ରହଣ କରିଥିଲେ,
ତାଙ୍କ ନାମ ବହୁତ କମ୍ ସ୍ଥାନରେ
ଦେଖିବାକୁ ମିଳେ,
ଏଥିପାଇଁ ଦାୟୀ କିଏ?
କାହିଁକି ଆଜିଯାଏଁ କେହି ମହିଳା
ପ୍ରତିବାଦ ର ସ୍ବର ଉଠାଇ ନାହାଁନ୍ତି।
ଏ ମୌନତା ଏକ ପଙ୍ଗୁ
ମାନସିକତା କୁ ସୁଚାଉ ନାହିଁ କି?
ଏ ସହନଶୀଳତା ଏକ ପଶୁ ପଣିଆକୁ
ଦର୍ଶାଉ ନାହିଁ କି?
କେତେ ଦିନ, କେତେ ଦିନ
ଆଉ ଏ ଅଯଥା ପ୍ରଶଂସା ଗୋଟାଇ
ଆମେ ବଞ୍ଚି ରହିବା।
ନିଜର ଅଧିକାର ନ ମାଗିଲେ
କେହି ଯାଚି କି ଦେବେ ନାହିଁ।
ପୂର୍ବ କାଳରେ ତ କେହି କଲେ ନାହିଁ
ଏବେ କିନ୍ତୁ ଆମକୁ ଆମ ଅଧିକାର
ପ୍ରତି କ୍ଷେତ୍ରରେ ଛଡାଇ ଅଣିବାକୁ ପଡ଼ିବ।
ଏକଥା ସତ୍ୟ ନୁହେଁ କି?
ତୋତେ ମାନିଲି ସାଙ୍ଗ
ତୁ ମୋ ଆଖି ଖୋଲିଦେଲୁ
ତୋ ଭଳିଆ ସାଙ୍ଗ ମୋତେ
ଜନ୍ମ ଜନ୍ମ ଧରି ମିଳୁଥାଉ।
