STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ଭକ୍ତ ସାଲବେଗ

ଭକ୍ତ ସାଲବେଗ

2 mins
251


ଭକ୍ତ ସାଲବେଗ ସେ ଯେ ଜାତିରେ ଯବନ,

ମାଆ ତାଙ୍କ ଶୁଦ୍ଧ ହିନ୍ଦୁ ଝିଅ ଯେ ବ୍ରାହ୍ମଣ,

ବାପା ତାଙ୍କ ଥିଲା ଏକ ପୁତ୍ର ଯେ ପଠାଣ,

ସୁନ୍ଦରତା ଦେଖି ତାଙ୍କ ମାଆକୁ,

ପିତା କରିଥିଲା ହରଣ ।

ଫାତିମା ବିବି ନାମରେ ନାମିତ କରି,

ଲଲବେଗ ପତ୍ନୀ ରୂପେ କରିଥଲା ବରଣ।

ଦୁହିଁଙ୍କର ଔରସରୁ ସାଲବେଗ ହେଲେ ଜନମ,

ଧ୍ରୁବ ପ୍ରହ୍ଲାଦ କୃଷ୍ଣ ଆଦିଙ୍କ କଥା ଶୁଣି ଶୁଣି,

ଭଗବାନଙ୍କର ହେଲେ ସେ ଯେ ଭକତ ପରମ।

ପାଠ ପଢ଼ି ନଥିଲେ ବି ସାଲବେଗ,

ରଚନା କରିଗଲେ କେତେ କେତେ ସୃଜନ,

ତାଙ୍କ ଭକତି ଭାଵ ଦେଖି,ଶୁଣି ଶୁଣି ତାଙ୍କ ଜଣାଣ,

ଭକତର ଭକତିରେ ବାନ୍ଧି ହେଲେ,

ପ୍ରଭୁ ଚକାନୟନ, ପ୍ରଭୁ ଚକାନୟନ।

ସାଲବେଗ ବାନ୍ଧିଦେଲେ ପ୍ରଭୁଙ୍କୁ ଭକତିର ବନ୍ଧନ,

ସେପାଇଁ ରଚି ଗଲେ କେତେ କେତେ ଭଜନ,

ଅନୁତାପ କରୁଥିଲେ ସଦା ତାଙ୍କ ଜୀଵନ,

ହିନ୍ଦୁ ଘରେ ନ ଜନମି, ହେଲି ଏକ ଯବନ,

ସେପାଇଁ ଲେଖିଥିଲେ ହୋଇ ବ୍ୟାକୁଳିତ ମନ,

'ପିତା ମୋ ମୋଗଲ ବେଟା,

  ମାତା ମୋ ବ୍ରାହ୍ମଣୀ,

ଏ କୂଳେ ଜନ୍ମିଲି ମୁହିଁ,

  ହିନ୍ଦୁ ନ ଛୁଏଁ ମୋ ପାଣି '।

ସାଲବେଗ ପ୍ରବଳ ଇଚ୍ଛା ଥିଲା,

   କରିବା ପାଇଁ ଜଗାର ଦର୍ଶନ,

ହେଲେ ଦର୍ଶନ କରି ପାରି ନଥିଲେ,

  ଥିବାରୁ ଜାତିରେ ଯବନ ।

ରଥ ଯାତରା ସମୟେ,ଦୁରେ ଥିଲେ ସାଲବେଗ,

ସେ ସମୟେ ମରିଥିଲେ ପିତା ଲଲବେଗ,

ସେ ସମୟେ ରଥେ ମହାପ୍ରଭୁ ଥିଲେ ବିରାଜମାନ,

ଆକୁଳେ ଡାକିଲେ ସାଲବେଗ ଶୁଣ ପତିତପାବନ ।

ସାତ ଶହ ପଚାଶ କୋଶ ବାଟ ଚାଲି ନ ପାରଇ,

ଏତେ ବାଟ ଚାଲୁ ଚାଲୁ ପାଦ ଯାଉଅଛି ରହି,

ସେପାଇଁ ମୋ ଯିବା ଯାଏ ନନ୍ଦିଘୋଷେ ରହିଥିବ ,

ଦର୍ଶନ ଦେଇ ମୋର ଆଶାକୁ ପୂରଣ କରିବ ।

ନୀଚ ଜାତିରେ ଭକତ ହେଲେ କି ଜନମ,

ନୀଚ କରେ ତାହାକୁ କେବେ କଣ,

   ଭକ୍ତର ଭଗବାନ,

ଭକ୍ତ ସାଲବେଗର ଶୁଣିକି ଜଣାଣ,

ବଡ଼ଦାଣ୍ଡେ ରଥ ରଖିଦେଲେ,

     ପ୍ରଭୁ ଚକାନାୟନ।

ଯେତେ ହୀନ ହେଲେ ବି ଭକ୍ତର ଜୀବନ,

ଭକତର ଦୁଃଖ କି ସହେ ଭଗବାନ,

ତା ପାଇଁ ମାନେ ରଖେନି,ଜାତି ଧର୍ମ ଵର୍ଣ୍ଣ,

ତାପାଇଁ ତ ଭକତର ଭକତି ମହାନ,

ସାଲବେଗ ଜଗାର ଭକତି ବନ୍ଧନ,

ଭକ୍ତିରେ ଜାତି ଅଜାତି ନାହିଁ ବୋଲି,

    ଦେଇଗଲା ପ୍ରମାଣ ।

ଆହେ ନୀଳଶୈଳ,ପ୍ରବଳ ମତ୍ତ ବାରଣ,

ଏକା ତୋ ଭକତ ଜୀଵନ,

ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ,

ସାଲବେଗର ଏପରି ଅନେକ ଭଜନ,ଜଣାଣ,

ରଚନାକୁ କାଳଜୟୀ କରିଗଲେ ପ୍ରଭୁ ଚକାନୟନ।

ସାଲବେଗ ଥିଲେ ସିନା ଜାତିରେ ଯବନ,

ହେଲେ ଶ୍ରୀରଙ୍ଗା ଚରଣେ ଥିଲା ସଦା ତାଙ୍କ ମନ,

ସେ ଭକତକୁ ଯେ କୋଟି କୋଟି ପ୍ରଣାମ,

ତାଙ୍କ ରଚନାକୁ ଯେ କୋଟି କୋଟି ନମନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics