STORYMIRROR

Debashis Pati

Classics

3  

Debashis Pati

Classics

ଜୟ ପ୍ରଭୁ ଭୋଳାନାଥ

ଜୟ ପ୍ରଭୁ ଭୋଳାନାଥ

2 mins
163

ଗୟଶ ଦୁଦୁରା ମଣ୍ଡିତ ଶରୀର

ଜଟାରୁ ଗଙ୍ଗାର ଧାର,

ବ୍ୟାଘ୍ର ଚର୍ମ ତୁମ ଦେହରେ ଶୋଭିତ

ଗଳାରେ ସର୍ପର ହାର।।

ବାମ ଅଙ୍ଗେ ଶୋଭା ମାତା ଜଗଦମ୍ବା

ହେ ପ୍ରଭୁ ତ୍ରିଶୂଳଧର,

ବେଲ ପତ୍ର ତୁମ ମସ୍ତକେ ଶୋଭିତ

ତୁମେ ତ ଭୋଳାଶଙ୍କର।।

ବକ୍ଷରେ ତୁମର ରୁଦ୍ରାକ୍ଷର ମାଳ

ଭସ୍ମ ଶୋଭିତ ଶରୀର,

ଅଧା ଅଙ୍ଗେ ତୁମେ ସତୀ ହୋଇଅଛ

ଆହେ ପାର୍ବତୀ ବର।।

ଡମ ଡମ ଶବ୍ଦେ କମ୍ପି ଉଠୁ ପ୍ରଭୁ

ସ୍ବର୍ଗ ମର୍ତ୍ତ୍ୟ ତିନି ପୁର,

ନାଶ କର ପ୍ରଭୁ ମନେ ଯେତେ ଅଛି

ଗର୍ବ ଆଉ ଅହଂକାର।।

ଖୋଲି ଦିଅ ପ୍ରଭୁ ତୃତୀୟ ନୟନ

ଦୂର କର ଅମା ଅନ୍ଧକାର,

ପ୍ରକମ୍ପିତ ହେଉ ଦଶଦିଗ ଏଠି

ଶୁଭୁ ମହାମୃତ୍ୟୁଞ୍ଜୟ ସ୍ଵର।।

ତୁମ ପାଦେ ପ୍ରଭୁ କରେ ପ୍ରଣିପାତ

ଆହେ ମୋର ଭୋଳା ଶଙ୍କର,

ଶାନ୍ତିର ପ୍ରଦୀପ ଜାଳିବି ଆଜି ମୁଁ

ଆଜି ପରା ତୁମ ଜାଗର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics