STORYMIRROR

ପବିତ୍ର ବେହେରା , ସମ୍ବଲପୁର

Tragedy

3  

ପବିତ୍ର ବେହେରା , ସମ୍ବଲପୁର

Tragedy

ଚାହା କପେ

ଚାହା କପେ

1 min
202

ଫୁଙ୍କି ଫୁଙ୍କି ପିଇବା ବରଷା ପାଗରେ

ଗରମ ଚାହା ଆସ ଲୋ କୁମାରୀ,

ତା ସଙ୍ଗେ ବିସ୍କୁଟ ଆସଲୋ ଧରି

ପିଇବା ସଜନୀ ଲୋ ମନ ଭରି ।।


ଆଉ କି ଆସିବ ଏଇ ସୁଯୋଗ

ଏଇ ସୁଯୋଗ ଲୋ ହାତଛଡ଼ା କର ନାହିଁ,

ସଖି ଲୋ ବେଗେ ଘରୁ ଆ ପଳାଇ 

ଚାହା ପିଇ ସାରି ଖେଳିବା ଯାଇ ।।


ବେଙ୍ଗ କରେ କେଁ କଟର 

ବୟସ ହେଲାଣି ଆମ ଅଠର,

ଅଠର ଲୋ ନାହିଁ କାହାକୁ ଡର

ଚାଲିଯିବୁ କେବେ ଶାଶୁଘର ।।


ଶାଶୁଘର ଗଲେ ଭୁଲିଯିବୁ ବାପଘର

ପିନ୍ଧୁଥିବୁ ଖାଲି ସୁନା ରୂପାର ମାଳ,

ମନେ ତ ଥିବ ଖାଲି ତୋ ବର

ତୋ ବର ଲୋ କରୁଥିବ ତତେ ଗେଲ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy