STORYMIRROR

ପବିତ୍ର ବେହେରା , ସମ୍ବଲପୁର

Classics Others Children

4  

ପବିତ୍ର ବେହେରା , ସମ୍ବଲପୁର

Classics Others Children

ଦୀପ ଜାଳିବୁ କାହା ପାଇଁ

ଦୀପ ଜାଳିବୁ କାହା ପାଇଁ

1 min
372

ଆଜି ଏ ରାଜ୍ୟ ରାମ ରାଜ୍ୟ ହୋଇ ନାହିଁ

ନିଦ ନ ଭାଙ୍ଗିଣୁ ଶୁଣିବାକୁ ମିଳେ 

କେତେ ଗରିବ କାନ୍ଦଣା କାଇଁ

ଅତ୍ୟାଚାରୀ ଏଠି କରୁଛି ରାଜୁତି

ନାରୀ ଏଠି ପାରେନି ଯନ୍ତ୍ରଣା ସହି

ଆମେ ଦୀପ ଜାଳିବୁ କାହା ପାଇଁ

ଆମେ ଦୀପ ଜାଳିବୁ କାହା ପାଇଁ

ସବୁ ଜାଣି ଏଠି କେହି ପାଟି ଖୋଲେ ନାହିଁ

ରାଜା ସବୁ ନିଏ ବୋହି ଗରିବ ଥାଏ ଅନେଇ

ମା କୁ ଭୁଲି ଛୁଆ ଦୂରରେ ରହେ

ମା ବୁଢୀ ଟା ତାକୁ ଥାଏ ଅନେଇ

ସ୍ୱାର୍ଥପର ଛୁଆ ଭୁଲିଯାଏ ତାକୁ 

ମା ର କାନ୍ଦ ତା କାନେ ଶୁଭେ ନାହିଁ

ରାମଚନ୍ଦ୍ର ସୀତା ମାତା ପରି ଆଉ 

କାହିଁ ଦମ୍ପତି ତ ମିଳୁନାହିଁ,

ପିତା ପୁତ୍ରଙ୍କ ପବିତ୍ର ସମ୍ପର୍କ

ଗଲାଣି ଧିରେ ଧିରେ ଦୂରେଇ

ଆମେ ଦୀପ ଜାଳିବୁ କାହା ପାଇଁ

ଆମେ ଦୀପ ଜାଳିବୁ କାହା ପାଇଁ

ଅସତ୍ୟ ଉପରେ ସତ୍ୟର ବିଜୟ ଧ୍ୱଜା 

କେବେ ବା ଆଉ ହସି ଉଡିବ 

ବେଳ ଥାଉଥାଉ ନ ହେଲେ ସଚେତନ

ସାରା ସଂସାର ମଶାଣି ବନିବ

ଅନ୍ୟାୟ ଅଧର୍ମ ବଢିଯାଏ ଏଠି 

ରାକ୍ଷସ ରାଜ୍ୟ ଆଜି ହେଲାଣି ଏହି

କେବେ ବା ବଦଳିବ ଏ ଦୁନିଆଁ

ସବୁ ଜାଣି ଅଜଣା ହେଉଛ କାଇଁ

ଆମେ ଦୀପ ଜାଳିବୁ କାହା ପାଇଁ

ଆମେ ଦୀପ ଜାଳିବୁ କାହା ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics