Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପବିତ୍ର ବେହେରା , ସମ୍ବଲପୁର

Abstract Romance Fantasy

4.5  

ପବିତ୍ର ବେହେରା , ସମ୍ବଲପୁର

Abstract Romance Fantasy

ପ୍ରେମ ସିଲଟ

ପ୍ରେମ ସିଲଟ

1 min
334


ଛମ୍ ଛମ୍ ବଜେଇ ପାଉଁଜି

ଆସୁ ଯେବେ କଲେଜ ଚାଲି,

ରସେଇ ଦେଲୁ, ଫସେଇ ଦେଲୁ

ହାଏ ଲୋ ପୁଲ୍ କି ଗାଲି ।


ଆଖି ଇସାରା ତୋର ମୋତେ

କରେ କାଇଁ ଲୋ ଦୁଷ୍ଟ,

ମିଠା ମିଠା କଥା ତୋର 

କଲାଣି ମୋତେ ନଷ୍ଟ ।


ଗୋଲାପି ମୁହେଁ ତୋର

ଲାଗିଛି ଲୋ ଲାଜର ଛିଟା,

ଲେଖି ହେଇଯାଏ କେତେ

ମୋ ମନେ ପ୍ରୀତି କବିତା ।


କେଉଁ ରାଇଜର ତୁ ଲୋ

ଅଟୁ ରୂପସୀ କଇଁ 

ଜହ୍ନ ବି ତୋ ରୂପ ଦେଖି

ଯାଏଲୋ ଟିକେ ନଇଁ ।


ଭିଡ ଭିତରେ ବି ହେଇଯାଏ ଚିହ୍ନି

ତୋ ସେଇ ଖିଲି ଖିଲି ହସ,

ପାଗଳ କରୁଛି ଆଜି କାଲି

ତୋ ସେଇ ମୁକୁଳା କେଶ ।


ପାଦର ଅଳତା କହେ ତୋରି

ହେବୁ ତୁ ରାଣୀ ମୋହରି ,

ତୋ କଅଁଳ ହାତ ଧରି

ନେଇଯିବି ଲୋ ରାଣୀ କରି ।


Rate this content
Log in

Similar oriya poem from Abstract