ପବିତ୍ର ହୃଦୟ
ପବିତ୍ର ହୃଦୟ
ଜୀବନ ମୋ ପୁରୁଣା ବହି ପରି
ଅପେକ୍ଷା କରିଛି ସୁଖର ପରୀ,
କେବେ ଆଉ ଆସିବ ମୋ ସୁନ୍ଦରୀ
ନେବ ଦିନେ ମୋର ମନକୁ ହରି ।
ବାତାୟନ ପଥେ ଚାହିଁ ରହିଛି
ସ୍ପନ୍ଦନ ତା ପାଶେ ଅଟକୁଛି,
ଆନନ୍ଦ ଲାଗୁନି ଆଉ କିଛି
ତା ପାଇଁ ଖାଲି ମୁଁ ବଞ୍ଚିଛି ।
ଅପୂର୍ଣ୍ଣ ମୁଁ ଜୀବନ ସାଥି ବିନା
ଅଧୁରା ଲାଗେ ଏକା ତା ବିନା,
କେମିତି କହିବି ମୋ ବେଦନା
ଅବୁଝା ହୃଦୟ କାନ୍ଦୁଛି ସିନା ।
ଲାଗୁଛି ମୋ ପାଶେ ମୋ ପ୍ରିୟା ଅଛି
ହୃଦୟ ତାହାକୁ ଚିହ୍ନି ପାରୁଛି,
ତା କଥା ମୋ ମନ ଶୁଣି ପାରୁଛି
ପ୍ରାଣ ପ୍ରିୟା ମୋତେ ଆଜି ଡାକୁଛି ।
ଆନନ୍ଦ ହୁଏ ମୋ ଅଝଟ ମନ
ହୃଦୟେ ମୋ ବର୍ଷା ବିନ୍ଦୁର ଚିହ୍ନ,
ପୂର୍ଣ୍ଣ ହେଲା ମୋ ମନର ସ୍ୱପ୍ନ
ଭାଗ୍ୟ ଆସେ ଧରି ଉଜ୍ବଳ ଜହ୍ନ ।
ପ୍ରେମ ବନ୍ଧନେ ଛନ୍ଦି ଦେଲ ଇଶ୍ୱର
ନହେବ କେବେ ଆମପାଇଁ ପଥର ,
ଆଖି ପଲକେ ରହିଲା ସାଥି ମୋର
ଅଲଗା ନହେଉ ପ୍ରେମ ଆମର ।
ସୁଖୀ ଯୋଡି ପ୍ରକୃତି ପାରେନି ସହି
ଅଲଗା କରିବାକୁ ଆସଇ ଧାଇଁ ,
ଶୁଆ ଶାରୀ ଭଳି ଆମ ଜୀବନ ହୋଇ
କେବେ ମଥା ଦେବା ନାଇଁ ନୁଆଇଁ ।
ସଭିଙ୍କ ପାଶେ ଖେଳୁ ଆନନ୍ଦ ଲହରୀ
ସଭିଙ୍କୁ ମିଳୁ ଥାଉ ସରଗର ପରୀ ,
ହରଷ ମନ ହେଉଥାଉ ସବୁରି
କଷଣ ଦୂର କର ହେ ମୁରାରୀ ।