ଛପନ ଭୋଗ
ଛପନ ଭୋଗ
କଳାଦିଅଁ କଳାଠାକୁର ବୋଲେ ହୁଁଟି
ଲିଳାଯେ ତାଙ୍କର ଅପାର ବୋଲେ ହୁଁଟି
ଅପୂର୍ବ ଚତୁର୍ଦ୍ଧା ମୂରତୀ ବୋଲେ ହୁଁଟି
ଅଧାଗଢା ପୁର୍ଣ୍ଣ ବ୍ରହ୍ମଟି ବୋଲେ ହୁଁଟି
ଈନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚା
କରିଲେ ପ୍ରଭୁଙ୍କୁ ପ୍ରତିଷ୍ଠା
କଳିଯୁଗେ ରାଜାରାଣୀ ତ ବୋଲେ ହୁଁଟି
ପ୍ରଭୁଙ୍କର ବାପାମାଆ ତ ବୋଲେ ହୁଁଟି
ଗୁଣ୍ଡିଚା କହିଲେ ଠାକୁରେ ବୋଲେ ହୁଁଟି
କଳାଦିଅଁ କଳାଧନରେ ବୋଲେ ହୁଁଟି
ମାତା ବୋଲି ଯଦି ମାନିଲ ବୋଲେ ହୁଁଟି
ପୁତ୍ର ଯଦି ମୋର ହୋଇଲ ବୋଲେ ହୁଁଟି
କେଉଁଥିରେ ମନ ବୁଝିବ
ମାଆ ତୁମ ମନେ ପଡିବ
ମାଆ ର ସିନେହ ମମତା ବୋଲେ ହୁଁଟି
ଅନ୍ତରରେ ଥିବ ସାଇତା ବୋଲେ ହୁଁଟି
କାଳିଆ ସାଆନ୍ତ ହସିଲେ ବୋଲେ ହୁଁଟି
ମାଆ ଙ୍କୁ ହସିସେ କହିଲେ ବୋଲେ ହୁଁଟି
ଯେତେ ତୁମେ ଦେଉଥିବଟି ବୋଲେ ହୁଁଟି
ପୁଅ ସେତେ ଖାଉଥିବଟି ବୋଲେ ହୁଁଟି
ହାତ ରହୁଥିବ ଓଦାତ
ଶୁଖୁ ନଥିବ ସେ କେବେତ
ଭକ୍ତମାନେ କହୁ ଥିବେତ ବୋଲେ ହୁଁଟି
ଖାଇବା ଠାକୁର ଆମ୍ଭେ ତ ବୋଲେ ହୁଁଟି
ଖାଇବା ଠାକୁର ବୋଲିତ ବୋଲେ ହୁଁଟି
ଶ୍ରୀକ୍ଷେତ୍ର ନୀଳାଚଳ ତ ବୋଲେ ହୁଁଟି
ଭୋଜନ କ୍ଷେତ୍ର ସେ ଅଟଇ ବୋଲେ ହୁଁଟି
ଅନ୍ନ ଏଠି ବ୍ରହ୍ମ ହୁଅଇ ବୋଲେ ହୁଁଟି
ପହଡ ଭାଙ୍ଗିବା ଠାରୁଯେ
ପହୁଡିବା ଯାଏ ପ୍ରଭୁଯେ
ନୈବଦ୍ୟ ଅର୍ପଣ ସରେନି ବୋଲେ ହୁଁଟି
ଦକ୍ଷିଣ ଭୂଜ ଯେ ଶୁଖେନି ବୋଲେ ହୁଁଟି
ପ୍ରଭୁଙ୍କ ପ୍ରସାଦ ପାଇଁରେ ବୋଲେ ହୁଁଟି
ବେଢାର ଐଶାନ କୋଣରେ ବୋଲେ ହୁଁଟି
ରୋଷଘର ପରା ଅଛିଟି ବୋଲେ ହୁଁଟି
ସୁଆର ରୋଷେଇ କରନ୍ତି ବୋଲେ ହୁଁଟି
ଦୁଇଶହ ବୟାଳଶିଟି
ଚୂଲିରେ ରୋଷେଇ ହୁଏଟି
ନାମକୁ ସୁଆର ଅଛନ୍ତି ବୋଲେ ହୁଁଟି
ଲକ୍ଷ୍ମୀ କାଳେ ସବୁ ରାନ୍ଧନ୍ତି ବୋଲେ ହୁଁଟି
ଷାଠିଏ ପଉଟି ଖାଆନ୍ତି ବୋଲେ ହୁଁଟି
ଭକତଙ୍କୁ ପ୍ରଭୁ ଖୁଆନ୍ତି ବୋଲେ ହୁଁଟି
ଛପନ ଭୋଗତ ହୁଅଇ ବୋଲେ ହୁଁଟି
ମହକରେ ପେଟ ପୁରଇ ବୋଲେ ହୁଁଟି
କେତେ ପିଠାମିଠା କାକରା
ଏକଯେ ଆନଠୁ ନିଆରା
ଅନ୍ନ ବ୍ୟଞ୍ଜନକୁ ବେଶର ବୋଲେ ହୁଁଟି
ଅମାଲୁ ଦମାଲୁ ମହୁର ବୋଲେ ହୁଁଟି
ଅଟକାଳି ଅଦା ପାଚଡି ବୋଲେ ହୁଁଟି
ଖିରିଶା ଆରିଶା ଖେଚୁଡି ବୋଲେ ହୁଁଟି
ଏଣ୍ଡୁରି କଦମ୍ବ କାକରା ବୋଲେ ହୁଁଟି
କାନ୍ତି ଖଜା ଖୁରିସା କୋରା ବୋଲେ ହୁଁଟି
ଛୁଞ୍ଚିପତ୍ର ଖଇର ଚୂଳ
ଖୁଆ ମଣ୍ଡା ଖିରି ପଖାଳ
ଖୁରୁମା ଗଇଁଠା ଚକୁଳି ବୋଲେ ହୁଁଟି
ଗଜା ଫେଣି ଝିଲି ଗୋଟାଳି ବୋଲେ ହୁଁଟି
ଚକଟା ଚିତୋଉ ଡାଳିମ୍ବ ବୋଲେ ହୁଁଟି
ଝିଲ୍ଲୀ ଜଗନ୍ନାଥ ବହ୍ଲଭ ବୋଲେ ହୁଁଟି
ଜେନାମଣି ଛେନା ତାଡିଆ ବୋଲେ ହୁଁଟି
ପଣା ସୁଆ ଛେନା ମାଣ୍ଡୁଆ ବୋଲେ ହୁଁଟି
ସର ପୁରି ପାଳୁଅ ଖିରି
ଡାକୁଆ ପଣା ସାତପୁରି
ବଡା ଭଜା ସରପାପୁଡି ବୋଲେ ହୁଁଟି
ରସାବଳି ଧଉଳା ନାଡି ବୋଲେ ହୁଁଟି
ମହାଦେଇ ସରସ୍ବତୀଆ ବୋଲେ ହୁଁଟି
ବଳିବାମନ ଲହୁଣିଆ ବୋଲେ ହୁଁଟି
ମନୋହରା ମୋହନଭୋଗ ବୋଲେ ହୁଁଟି
ଲଡୁ ପୋଡ ହଂସବହ୍ଲଭ ବୋଲେ ହୁଁଟି
ହଂସକେଳି ରାଧାବହ୍ଲଭ
ତ୍ରୀପୁରି ଧଉଳା ଅପୂର୍ବ
ମହୁବୀର ଲକ୍ଷ୍ମୀ ବିଳାସ ବୋଲେ ହୁଁଟି
ଚହଟଇ ପ୍ରସାଦ ବାସ ବୋଲେ ହୁଁଟି
ପ୍ରସାଦରେ ପଡେନି ଯାହା ବୋଲେ ହୁଁଟି
ମନଦେଇ ଶୁଣଟି ତାହା ବୋଲେ ହୁଁଟି
ଆଳୁ ଲାଉ ସଜନା ଛୁଇଁ ବୋଲେ ହୁଁଟି
ପିଆଜ ରଶୁଣ ପୋଇ ବୋଲେ ହୁଁଟି
କୋବି ବିନ୍ ଭେଣ୍ଡି ଝୋଡଙ୍ଗ
ବିଇଟ ଗାଜର ଟମାଟ
କ୍ୟାପଶିକମ୍ ମଟର ଛୁଇଁ ବୋଲେ ହୁଁଟି
କଲରା ବି ପଡଇ ନାହିଁ ବୋଲେ ହୁଁଟି
ପରମ ବୈଷ୍ଣବ ଦିଅଁଟି ବୋଲେ ହୁଁଟି
ଶୁଦ୍ଧ ଶାକାହାର ଖାଆନ୍ତି ବୋଲେ ହୁଁଟି
ଗୁଆ ଘିଏ ସବୁ ରୋଷେଇ ବୋଲେ ହୁଁଟି
ମହମହ ହୋଇ ବାସଇ ବୋଲେ ହୁଁଟି
ଯେତେବି ଭକତ ଆସନ୍ତି
ସଭିଙ୍କୁ ପ୍ରସାଦ ପାଏଟି
ଖାଲିପେଟେ କେହି ଯାଏନି ବୋଲେ ହୁଁଟି
ଉପାସବି କେହି ରୁହେନି ବୋଲେ ହୁଁଟି
ଚତୁର୍ଦ୍ଧା ମୁର୍ତ୍ତିଙ୍କୁ ନୈବଦ୍ୟ ବୋଲେ ହୁଁଟି
ପୂଜା ପଣ୍ଡା କରନ୍ତି ଭୋଗ ବୋଲେ ହୁଁଟି
ଆନନ୍ଦ ବଜାରେ ଭକତ ବୋଲେ ହୁଁଟି
ପାଇବାକୁ ସେହି ଅମୃତ ବୋଲେ ହୁଁଟି
ଚାତକ ପ୍ରାୟ ଚାହିଁଥାନ୍ତି
ଖୁସିରେ ଭୋଗ ପାଇଥାନ୍ତି
ଆନନ୍ଦେ ହାତକୁ ଚାଟନ୍ତି ବୋଲେ ହୁଁଟି
ଜୟ ଜଗନ୍ନାଥ କୁହନ୍ତି ବୋଲେ ହୁଁଟି ।
