ଛଳନା
ଛଳନା
କିପରି ଛଳନା କରୁ ଅଛୁ ତୁହି
ଚିନ୍ତା ମାଡୁ ଅଛି ମତେ,
ପବିତ୍ର ପ୍ରେମରେ କେଉଁ କଥା ପାଇଁ
ଚିନ୍ତା କରୁ ଅଛୁ ନିତ୍ୟେ।
ଦୁଃଖ ସୁଖ ସାଥୀ ଜୀବନ ଯାତ୍ରାରେ
ପ୍ରତିଜ୍ଞା କରିଛେ ଆମେ,
ସେହୁ କଥା ଭୁଲି ଛଳନା କରୁଛୁ
ଦୁହେଁ ମର୍ମାହତ ଆମେ।
କେଉଁ କଥା ପାଇଁ ଛଳନା ତହର
କହୁ ନାହୁ କିମ୍ପା ମତେ,
ଭୁଲ କିଛି ମୁହିଁ କରି ନାହିଁ ଦିନେ
ଦେଉଛୁ ଯନ୍ତ୍ରଣା ନିତ୍ୟେ।
ଖୁସି ଓ ଆନନ୍ଦେ କାଳ କଟି ଗଲା
ହେଲଟି ବୃଦ୍ଧ ବୟସ,
ପଢୁଅଛି ପୁତ୍ର ଭଲ ହିଁ କଲେଜେ
ହେଉଛି କୋଡ଼ିଏ ବର୍ଷ।
ପଢା ସରିଗଲେ ଗୃହସ୍ତା ବନ୍ଧନେ
ବାନ୍ଧି ଦେବା ପୁତ୍ର ମଣି,
ଖୁସିରେ ରହିବା ଆମେ ଦୁଇ ଜଣ
ତୋର ଚିନ୍ତା କିମ୍ପା ପୁଣି।
କଥା କହିଲେଟି କଥା କହୁ ନାହୁ
କିପରି ଛଳନା ତୋର,
ଡାକୁ ଥିଲେ ତତେ ଡାକ ଶୁଣୁ ନାହୁ
ନାହିଁ ଖୁସି ମୁଖେ ତୋର।
କେଉଁ କଥା ପାଇଁ ଛଳନା ତହର
କହିଦେ ପ୍ରୀୟସି ମୋର,
ପୂରଣ କରିବି ମନବାଞ୍ଛା ତୋର
ଛଳନା କରେ ଅଧିର।
ମତେ ଦେଖିଲେଟି ରାଗି ଯାଉ ଅଛୁ
ପାଟି କରୁ ଯରେ୍ ଯରେ,
କରେ ଭୟଭୀତ ଛଳନା ତହର
ଭୟଙ୍କର ବ୍ୟବହାରେ।
ଦାମ୍ପତ୍ୟ ଜୀବନେ ଦେଖି ନାହିଁ କେବେ
ନିରବତା ଦିନେ ତୋର,
ଗୃହ ଆବଶ୍ୟକ ପୂରଣ କରୁଛି
ଗୃହେ ଯାହା ଦରକାର।
ଇଚ୍ଛାର ବିରୋଧେ କରି ନାହିଁ କାର୍ଯ୍ୟ
ଛଳନା ତହର କିମ୍ପା,
ଲୋକହଂସା କରୁ କାହିଁ ପାଇଁ ତୁହି
କଥା କହୁ ନାହୁ କିମ୍ପା।
ସବୁବେଳେ ତୁହି ଛଳନା କରୁଛୁ
ବାପଘରେ ଯିବା ପାଇଁ,
ବୃଦ୍ଧ ବୟସରେ କେଉଁ ଅଭିନୟ
ଯନ୍ତ୍ରଣା ଦେଉ କିମ୍ପାଇଁ।
ପ୍ରତିଜ୍ଞାର କଥା ମନେ ପଡୁ ନାହିଁ
ଦୁଃଖ ସୁଖ ସାଥୀ ଆମେ,
ବ୍ୟତୀତ କରିବ ଜୀବନର ଯାତ୍ରା
କଥା ଦେଇ ଅଛେ ଆମେ।
