ଧୋକା
ଧୋକା
ନିଦାଘ ଭରା ଜୀବନେ ମୋର ।
ତୁମେ ତତଲା ବତାସୀ ଝଡ।
ଯାଯାବର ମୁଁ ଖୋଜୁଛି ଟୋପେ
ମରୁଭୂମି ରେ ପିଇବା ଜଳ ।
ମୃଗତୃଷ୍ଣା ର କୃଷ୍ଣା କବରୀ ।
ମୋ ମନେ ଦିଏ ପିପାସା ଭରି ।
ସାଉଁଟି ତାକୁ ଧରିବା ପାଇଁ ।
ଧାଉଁଛି ତାର ଦେଖି ତା ଛାଇ।
ପାରେନା ଧରି,
ଯାଏ ବାହାରି,
ଦୁର୍ବଳ ଲାଗେ ପାଏନା ବଳ ।
ଜାଣିଲି ଯେବେ ପ୍ରେମ ପବିତ୍ର।
ସେ ପଥେ ମୋର ଥାପିଲି ପାଦ।
ମୋ' ମନ ଥିଲା ଚିର ଶାଶ୍ଵତ।
ପ୍ରତାରଣାରେ କଲ କଳଙ୍କ।
ମୋ' ମଥା ପରେ
କଳାର ଟିକା,
ଥାପିଲି ଜାଣି ପ୍ରେମଟା ଛଳ ।