STORYMIRROR

Madhabi Patel

Tragedy

4  

Madhabi Patel

Tragedy

ଲତା ମଙ୍ଗେସକର

ଲତା ମଙ୍ଗେସକର

1 min
249

ମାଆ ଭାରତୀଙ୍କ ଯୋଗ୍ୟ ସନ୍ତାନ

ଦିବ୍ୟ ଗୁଣରେ ହୋଇ ପରିପୂର୍ଣ ।


ଭାରତ ମାଟିରେ ହୋଇ ଜନମ

ସ୍ବର ତାଳ ଲୟ କରି ସାଧନ।


କୋକିଳ କଣ୍ଠୀ ହେ ସ୍ବର ସାମ୍ରାଜ୍ଞୀ

କୋଟି ଜନ ହୃଦ କଲ ମୋହନ।


ଫେବୃୟାରୀ ଛଅ ତାରିଖ ଦିନ

ଦୁଇହଜାର ବାଇଶ ତୁମ ମରଣ।


ସହସ୍ରାଧିକ ଗୀତ କରି ଗାୟନ

ହେଲ ଶେଷେ ପଞ୍ଚଭୁୁତରେ ଲୀନ।


କାନ୍ଦୁଛି ଆକାଶ କାନ୍ଦେ ପବନ

ସିସିକୁଛି ମାଟି କାନ୍ଦନ୍ତି ଜନ।


ଗୀତପ୍ରେମୀ ତୁମ ବିଶ୍ବବାସୀ ଗଣ

ଝୁରନ୍ତି ତୁମକୁ କରି ସ୍ମରଣ।


ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

କରନ୍ତି ବିରହ ଗୀତ ଗାଇଣ।


ଦାଦା ସାହେବ ଫାଲ୍କେ ଉପାଧୀ ସଙ୍ଗେ

ଭାରତରତ୍ନ ଓ ପଦ୍ମଭୁଷଣ।


ଉଜ୍ବଳ ତାରକା ଧରାବକ୍ଷରେ

ଝଟକୁଥିଲ ହେ ଜାଜୁଲ୍ୟମାନ।


ଛତିଶ ଭାଷା ସ୍ବରସଂଯୋଜନ

କରିପାରୁଥିଲ ଗୀତ ଗାୟନ।


ତୁମ ଗୀତସୁରେ ମୁଗ୍ଧ ତନ୍ମୟ

ଶୁଣୁଥିଲେ ଶ୍ରୋତା ଲଗାଇ ଧ୍ୟାନ।


ସରଳ ସାଦଗୀ ହେ ତପସ୍ବିନୀ

ଚିରକୁମାରୀ ଗୋ ବ୍ରହ୍ମଚାରିଣୀ।


ଭାରତ ଗୌରବ ତୁମେ ଭାରତୀ

କୋଟି ଜନମନ ନେଇଛ କିଣି।


ହସ ଥିଲା ମୁଖେ ଅନ୍ତରେ ଦୁଃଖ

ଉତ୍ସର୍ଗିତ କଲ ଜୀବନ ଜାକ।


ଫେରିବନି ବୋଲି କି ଅଭିମାନେ

କହିଗଲ ମନେ କି ଥିଲା ଦୁଃଖ।


ସ୍ବରସାମ୍ରାଜ୍ଞୀ ହେ ଶ୍ରଦ୍ଧାଞ୍ଜଳି ଘେନ

ସ୍ବର୍ଗ ରାଇଜରେ ତୁମ ପ୍ରସ୍ଥାନ।


ତୁମର ଆତ୍ମାର ସଦ୍ଗତି ପାଇଁ।

ପ୍ରଭୁଙ୍କର ପାଦେ ମୋ ନିବେଦନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy