Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy

4  

Birakishore Nayak

Tragedy

ପ୍ରେମରେ ଛଳନା

ପ୍ରେମରେ ଛଳନା

1 min
720


ଭଲ ପାଇଥିଲି ହୃଦୟ ଭରି ମୁଁ

    ମନେ ଥିଲା କେତେ ଆଶା,

ଅଧା ବାଟଟାରେ ଛାଡି ଚାଲିଗଲ

    ତୁଟାଇ ଦେଲ ଭରସା |


ଜାଣି ମୁଁ ନଥିଲି ଦଗା ଦେବ ବୋଲି

    କାହିଁକି ଏମିତି କଲ,

ଯନ୍ତ୍ରଣାରେ ମୋର ସମୟ ବିତୁଛି

     କିଛି ଲାଗେନାହିଁ ଭଲ |


ଅଭିନୟ ତୁମ ଵୁଝି ପାରିଲିନି

     ଛଳନାରେ ବାନ୍ଧିଦେଲ,

ଭଲ ପାଇବାର ସବୁ ଅଙ୍ଗୀକାର

     କେମିତି ଯେ ଭୁଲିଗଲ |


ସ୍ବପ୍ନ ମୋର ସବୁ ଜାଳିଦେଲ ତୁମେ

     ତୁମ ସୁଖ ତୁମେ ବାଛି,

ରିକ୍ତ ହୃଦୟ ମୋ ଭୁଲି ପାରୁନାହିଁ

     ସବୁ ସ୍ମୃତି ମନେ ଅଛି |


ନଈ ପଠାପରେ ବୁଲୁଥିଲ ତୁମେ

     ସେତେ ବେଳେ ହାତ ଧରି,

ପ୍ରୀତିର ରଙ୍ଗରେ ଭରା ଯଉବନ

      ତୁମ ଦେହେ ଥିଲା ଭରି |


ଏତେ ଭଲ ପାଇଁ କେମିତି ଭୁଲିଲ

      ପାରେନା ମୁଁ କେବେ ଵୁଝି,

ଛଳନାରେ ଏତେ ମିଛ ଅଭିନୟ

      କଲ ପ୍ରେମିକା ମୋ ସାଜି |


ତୁମ ଛଳନାରେ ଜୀବନ ମୋ ଆଜି

      ନିଃସଙ୍ଗ ମରୁର ସାଥି,

ବଞ୍ଚି ବି ମରୁଛି ଦିନ, ବର୍ଷ,ମାସ

      ଯନ୍ତ୍ରଣାରେ ଯାଏ ବିତି |


ତୁମେ ସିନା ସାଥି ଭୁଲିଗଲ ମୋତେ

     ମୁଁ କିନ୍ତୁ ପାରିନି ଭୁଲି,

ତୁମ ସ୍ମୃତି ସବୁ ରହି ରହି ଆସେ

     ଦେଖାଏ ମରୁର ବାଲି |


ଜାଣେନା କେମିତି ଜୀବନ କଟିବ

     ଏକାକୀତ୍ୱ ଭରେ ପ୍ରାଣେ,

ତୁମପାଇଁ ଘୃଣା ସଞ୍ଚିତ ହେଉଛି

     ନଚାହିଁ ବି ମୋର ମନେ |


Rate this content
Log in

Similar oriya poem from Tragedy