STORYMIRROR

Nilakantha Dash

Tragedy Inspirational

4  

Nilakantha Dash

Tragedy Inspirational

ଅଭିଶପ୍ତ ପ୍ରେମ

ଅଭିଶପ୍ତ ପ୍ରେମ

1 min
443

ଆଫଗାନ ମାଟିର ଝିଅଟିଏ ସେ

ସଂତ୍ରାସବାଦୀର କନ୍ୟା,

ପାଠପଢ଼ା ଏଠି ଦୂରୁୁୁହ ଵ୍ୟାପାର,

ପ୍ରେମ ,ପ୍ରଣୟ ସବୁୁ ଅଚିହ୍ନା।


ଏଠି ଧାତବ ଗୁଳିିର ଆବାଜ ଶୁୁୁୁଭେ

ରହି ରହି କ୍ଷଣ କ୍ଷଣ,

ହୃଦୟର ସେହି ପ୍ରେମର ଗୁୁୁଳିଟା ନିଷ୍ପ୍ରଭ ମ୍ରିିୟମାଣ।


ଲାଜେ ସଢ଼ସଢ଼ କୁଆଁଁରୀ ମୁହଁର 

ଲାଜୁଆ ଆଖିଟା ବୁର୍ଖା ତଳେ ବନ୍ଧା ପଡେ,

ପୀରତି ମଦିିିରା ପାନ କରିବାକୁ ମନବଳାଇଲେ

ଦେହଟା କବର ଲୋଡେ।


ଶାଶ୍ୱତ ପ୍ରେମ ବି ଅପରାଧ ଏଠି

ମନ ତଳର ସେ ଅକୁୁହାକଥା କହିଲେ ମିଳଇ ଲାଠି,

ଯୌବନ ଏଠି ବନ୍ଧା ପଡିିିଯାଏ ନିଷ୍ଠୁର ଇଲାକାରେ

ଧର୍ମାନ୍ଧ ଗୁଡାକ ବୁଝପାରନ୍ତିିିନୀ ପିିରତୀର ମାପକାଠି।


ଇଶ୍ୱର,ଆଲ୍ଲା,ବୁଦ୍ଧ ଅବା ଯୀଶୁ

ଦିଅନ୍ତି ପ୍ରେମର ବାର୍ତ୍ତା,

ପ୍ରେମରେ ପ୍ରେମରେ ସୃଷ୍ଟି ରହିଛି

ସିଏ ତ ତାହାର କର୍ତ୍ତା।


ଏଠି ପ୍ରେମ ଅଭିିିଶପ୍ତ

ମରୁୁଭୂମି ର ଉତ୍ତପ୍ତ ବାଲିି,

ହାହତାଶ ର ଜୀବନ ଭିିତରେ ଯୌବନ ଖୋଜେ

ପ୍ରେମୀକକୁ ତାର ପିରତୀ ପିୟୁଷ ଢାଳି।


ମନ ହୃଦୟରେ ଲାଗିବ ଯେଦିିନ ବିିଦ୍ରୋହର ଅଗ୍ନିଶିିଖା

ସୁପ୍ତ ଆଗ୍ନେୟଗିରି ରୁ ଉଠିିବ

ପ୍ରେମର ପବିତ୍ର ଲାର୍ଭାରେଖା,

ମାନବିକତା ର ଉଦୟ ହୋଇବ ପ୍ରେମ ର ହେବ ଜୟ

ସଂତ୍ରାସବାଦୀର ନିଷ୍ଠୁର ମନଟା ଲଭିବ ପରାଜୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy