STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଶ୍ରଦ୍ଧାଞ୍ଜଳି ସ୍ଵର ସାମ୍ରାଜ୍ଞୀ

ଶ୍ରଦ୍ଧାଞ୍ଜଳି ସ୍ଵର ସାମ୍ରାଜ୍ଞୀ

1 min
294


ସ୍ଵର ଯାଦୁକାରୀ କୋକିଳ କଣ୍ଠରେ ପ୍ରକୃତି ପ୍ରଲୁବ୍ଧ ହୁଅଇ

ମଣିଷ ନଥିଲା ମଣିଷ ପରିସେ ବିଦଗ୍ଧ ଜୀବନ ବିତାଇ

ଏକ ଶତାବ୍ଦୀ ର ଇତିହାସ ରଚି ବିହ୍ବଳ କରିଲା ଜୀବନ

ଅବିସ୍ମରଣୀୟ ପ୍ରତିମୂର୍ତ୍ତି ହୋଇ କରୁଥିବ ମନୋରଞ୍ଜନ ।


ଜନ୍ମ ପରେ ମୃତ୍ୟୁ ଧ୍ରୁବ ସତ୍ୟ ଏକ ଚିରନ୍ତର ସୃଷ୍ଟି ପ୍ରବାହ

କାଳର କରାଳ ଗରଭେ ବିଲିନ ହୁଅଇ ନଶ୍ଵର ଏଦେହ

ଏକ ସୁବର୍ଣ୍ଣ ଯୁଗର ଅବସାନେ ଧରିତ୍ରୀ ଆକାଶୁ ଚନ୍ଦ୍ରମା

ଖସିକି ପଡିଛି ସମୁଦ୍ର ଗର୍ଭରେ ବାଜୁଛି କ୍ରନ୍ଦନ ବାଜଣା ।


ପଦ୍ମଶ୍ରୀ ଭୂଷଣ ଭାରତ ର ରତ୍ନ  ଅମୂଲ୍ୟ ସମ୍ପତି ଭାରତ

ହଜାଇ ଦେଇଛି କୋଟି ଜନ-ନିଧି ଅମୂଲମୂଲ ସେ ସମ୍ପଦ

ନାମ ସିନା ଲତା କିନ୍ତୁ କଳ୍ପଦ୍ରୁମ ଭାରତ ମାଟିର ଗୌରବ

ସାରା ଦୁନିଆକୁ ହଜାଇ ଦେଇଛି ଯାହାର କଣ୍ଠର ସୌରଭ ।


ଏମିତିକି ଭାଷା କିଛି ଅଛି କହ ଯେଉଁ ଭାଷାର ଯେ ସଂଗୀତ

କାନ ନଶୁଣିଛି କଣ୍ଠ ନଗାଇଛି ନାମକୁ କରିଛି ସାସ୍ଵତ

ସେତ ସୌଦାମିନୀ ସେତ ତପସ୍ଵିନୀ ଭାରତର ସୁର ସାମ୍ରାଜ୍ଞୀ

ପୂଣ୍ୟ ଶ୍ଳୋକ ମହିୟସୀ ଲତା ଦେବୀ ପ୍ରାତଃ ସ୍ମରଣୀୟ ବାଗ୍ମୀ ।


ଏମର୍ତ୍ତ୍ୟ ମଣ୍ଡଳ ସମ୍ମୋହିତ କରି ସରଗ ପୁରକୁ ଆରୋହି

ପୁଷ୍ପକ ବିମାନେ ଦେବୀଙ୍କ ଗମନ ଦୁଃଖରେ ଆମକୁ ଭସାଇ

ସ୍ଵାଗତ ବନ୍ଦନା ଅର୍ଘ୍ୟଥାଳି ହସ୍ତେ ରମ୍ଭା ଉରୁବଶୀ ମେନକା

ଗନ୍ଧର୍ବ ମର୍ଦଳ ବଜାନ୍ତି ଦେବତା ସ୍ଵାଗତ ଉତ୍କଣ୍ଠେ ଅପେକ୍ଷା ।


ଅମର ପୁରକୁ ବିଦାୟ ଦେଉଛୁ ଅଶ୍ରୁ-ଜଳ କରି ତର୍ପଣ

ମରି ବି ଅମର ତୁମେ ଚିରନ୍ତନ ସବୁରି ମନରେ ଅମ୍ଳାନ

ଦୀପଶିଖା ପରି ଝଟକୁଥିବ ହେ ଯେମିତି ସୂରୁଯ ଚନ୍ଦ୍ରମା

ମନ ଆକାଶରେ ତେମନ୍ତ ତୁମର ଉଦ୍ଭାସିତ ହେବ ପ୍ରତିମା ।


ଅଭୁଲାକାହାଣୀ ତୁମେଦେବୀ ପୁଣି ଅଭୁଲାସଂଗୀତ ଗିତୀକା

ଅଭୁଲା ଜୀବନ ଅଭୁଲା ସେପ୍ରାଣ ଅବିନସ୍ଵର ୟେ ବାଳିକା

ଏମୃତ୍ୟୁକୁ ଦେବଲୋକର ଭାଷାରେ କୁହାଯାଏ ନାହିଁ ମରଣ

ପୂଣ୍ୟାତ୍ମା ଯେ ଜନ୍ମେ ମରତ ଭୁଇଁରେ ଲଭିଥାଏ ମହାନିର୍ବାଣ ।


Rate this content
Log in

Similar oriya poem from Tragedy