STORYMIRROR

Durjyodhan Barik

Tragedy Classics Inspirational

3  

Durjyodhan Barik

Tragedy Classics Inspirational

ରହିବ ସାରା ବ୍ରହ୍ମାଣ୍ଡ

ରହିବ ସାରା ବ୍ରହ୍ମାଣ୍ଡ

1 min
209


ଆହେ ଜଗନ୍ନାଥ ବଢାଇଣ ହାତ

ଗ୍ରହଣ କର ମୋ ଚିଠି,

ମୁଖେ ତୁଣ୍ଡି ଦେଇ ଗୃହ ମଧ୍ୟେ ଥାଇ

ପ୍ରଣତି କରୁଛି ଏଠି ।


ମୋ ଦାଣ୍ଡ ଦୂଆରୁ ଇଚ୍ଛିଲି ମୁଁ ପ୍ରଭୁ

ଛୁଇଁବାକୁ ଶ୍ରୀଚରଣ,

କଟକଣା ବୋଲି ଯାଇପାରୁ ନାହିଁ

କରିଲ ତୁମେ ବାରଣ ।

କରୋନା କାରଣେ ସରକାର କଲେ

ନିୟମ ଟି କଡାକଡି,

ଉଲଙ୍ଘନ କଲେ ସେ ନିୟମ କେହି

ପିଠିରେ ପଡୁଛି ବାଡ଼ି ।

ଲଅକ ଡାଉନ୍   ସଅଟ ଡାଉନ୍

ଚାଲିଅଛି ଦେଶ ସାରା ,

ମୁଖେ ତୁଣ୍ଡି ଦେଇ ଗୃହେ ରୁହ ସର୍ବେ

ଭୂତାଣୁ ବୁଲୁଛି ପରା ।

ସାମାଜିକ ଦୂରୀ ବନାଇ ଚାଲିବା

ସଦା ହାତ ଧୋଉ ଥିବା,

କରୋନା ଭୂତାଣୁ  ଆପେ ମରି ଯିବ

କଡ଼ି ଟିକୁ ଭାଙ୍ଗି ଦେବା ।

ସତେକି ଏହାର  ତୁମେ ନିର୍ଦେଶକ

ତୁମ ଇଚ୍ଛା ବଳେ ହୁଏ,

 ତୁମ ବିନା ଆନ  ଅଛି କେ ସୃଷ୍ଟି ରେ

କିଏ ନିର୍ଦ୍ଦେଶନା ଦିଏ ।

ଶୂନ୍ୟ ଶୂନ୍ୟ ବୋଲି ତୂମେ ମହାଶୂନ୍ଯ

ଶୂନ୍ୟ ତୁମ ବଡ଼ଦାଣ୍ଡ ,

ତୁମେ ତ ଚାହିଁଲେ  ଶୂନ୍ୟ ପୂର୍ଣ୍ଣ ହେବ

ରହିବ ସାରା ବ୍ରହ୍ମାଣ୍ଡ ।


Rate this content
Log in

Similar oriya poem from Tragedy