STORYMIRROR

Prafulla Das

Tragedy

3  

Prafulla Das

Tragedy

ସେ ଖବର ତମ ପାଖରେ ନଥିଵ

ସେ ଖବର ତମ ପାଖରେ ନଥିଵ

1 min
261


ଏମିତି ଵି ହେବ

କିଏ ଜଣେ ପଚାରି ବ

ଅମୁକ ବାଵୁ କଣ ଛୁଟିରେ ???

ଵେପରୁଆ ଚାହାଣି ରେ ସହକର୍ମୀ ଜଣେ

ସସ୍ତା ସହଜ ଦେବଟି ଉତ୍ତର

ହଁ ଵିଵାହ ବାର୍ଷିକୀ କିବା ଜନ୍ମ ଦିନ

ପାଳୁଥିଵେ ବାବୁ, ତାଙ୍କର ତ ସୁଖୀ ପରିବାର

ସେ ଖବର ତାଙ୍କ ପାଖରେ ନଥିଵ

ମୋ ମୃତ୍ୟୁ ର ଦୁଇ ଦିନ ପରେ ,,,,,


ଵୁଧ ବାର ମାଛ ମାର୍କେଟ ,ଭାରି ଭିଡ଼ ଥିବ

ଏମିତି ଜଣେ ଚିହ୍ନା ଲୋକ

ମାଛବାଲା ତାଙ୍କୁ ପଚାରି ବ

ସେ ବାଵୁ କ,ଣ ଦେଖା ନାହାନ୍ତି ???

ଅନ୍ୟମନସ୍କ ରେ ଚା, ଟିକେ ଓଠେ ଦେଉ ଦେଉ

ପାନ ଦୋକାନୀ କୁ ଡିଲକ୍ସ ସୁରଭି ପାନ 

ସେ ବରାଦ କରିଵ

ସେ ଖବର ତା ପାଖରେ ନଥିଵ

ମୋ ମୃତ୍ୟୁ ର ସପ୍ତାହକ ପରେ ,,,,


ପିଲା ଦିନ ସାଙ୍ଗ ଯେଵେ

ହଠାତ୍ ଦିନେ ଆମ ଘରେ ପଚାରି ବ

ସେ କଣ ଗାଁ କୁ ଆସୁନି ???

କାନିରେ ଆଖି ପୋଛୁ ପୋଛୁ ବଉ

ଅଧା କଥା ପାଟିରେ ରହିବ

ଶୂନ୍ୟ ଟାକୁ ନିଶ୍ୱାସ ଟେ ଛାଡି

ଭାରି ଭାରି ପାଦେ ସାଂଗ ଫେରି ଯିବ

ସେ ଖବର ତା ପାଖରେ ନଥିଵ

ମୋ ମୃତ୍ୟୁ ର ବର୍ଷ କ ପରେ ,,,


ମୋ ମୋବାଇଲ ରେ ତୁମ ର ସେ ରିଂ ଟୋନ

ବାରମ୍ବାର ଵାଜୁଥିବ ,,,,,,,

କାଉ ଟିଏ ଚାଳ ପରେ ଵସି

କା କା ଡାକ ଦେଉଥିଵ

  ଶୁଭ କି ଅଶୁଭ ,,,,,,

ରହି ରହି ଵାମ ଆଖି ଫରକୁ ଥିବ

ସେତେବେଳେ  ରାମ୍ ରାମ ଶେଷ ଧ୍ୱନି

ପଵନରେ  ଆକାଶ ରେ ମିଶି ଯାଉଉଥିଵ

ସେ ଖବର ତୁମ ପାଖରେ ନଥିଵ

ମୋ ମୃତ୍ୟୁ ର କେତେ ଘଣ୍ଟା ପରେ ,,,

ମୋବାଇଲ ରେ ରିଂ  ଟୋନ  ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy