STORYMIRROR

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

ପ୍ରାୟଶ୍ଚିତର ବେଳ

ପ୍ରାୟଶ୍ଚିତର ବେଳ

1 min
227


ବିଷାକ୍ତର ପରିଣାମ ଭୟଙ୍କର

ଆଖି ପଟଳକୁ ଭେଦ କରି ଆସେ

ଆମର ମାନସିକତା ଯେପରି ଥିଲା ସେପରି ।

ଆଜିର କରୋନା ପ୍ରକୋପ ପାଇଁ

ଦାୟୀ କିଏ ?

ଆମେ ,ହଁ ହଁ ଆମେ

ଅତିଶୟ ଲୋଭୀ ମନ 

ବନ୍ଧନ ହୀନ ହୋଇ ସାରା ବିଶ୍ଵ ଘୁରୁଛି ।

ଶସ୍ତା ଜିନିଷ ପ୍ରତି ଲାଳସା

ଆପଣା କୁକୁଡ଼ା ଯେ ଭାତ ।

ଯାହା ମୁଣ୍ଡଟାରେ ପଶିଛି ......

ହେଉ କ୍ଷତିକାରକ ,ତେବେ ବି ଦୂର ପର୍ବତ ପରି ....

ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛି ।

ବିଦେଶୀ ମୁଲକର ଚାହିଦା ପୁରଣ ପାଇଁ ବ୍ୟଗ୍ର ।

ଏଇ ତ ଜୀବନ.......

ଜୀବନର ପୃଷ୍ଠା ଓଲଟାଇଲେ

କେବଳ ରକ୍ତର ଛିଟା 

ମୋଗଲ , ଆକବର କି ଇଂଗ୍ରେଜୀଙ୍କ ଆକ୍ରୋଶରେ

କେବେ ଭାବି ଦେଖିବ

ଆମରି ଭୂଲର ଛବି ପରିସ୍ପୁଟିତ ହେବ ।

ଚୀନ୍ ତ ପଡୋଶୀ

ଆମେ ଯେମିତି ବୀଜ ରୋପିଲେ

ସେମିତି ଫଳ ଉଦ୍ଦୀପନ ।

ଯନ୍ତା ପ୍ରସ୍ତୁତି ନକରି

ବାଘ ଧରିବା ମୁର୍ଖାମୀ ଛଡ଼ା କିଛି ନୁହେଁ ।

ସମସ୍ତେ କାୟା ବିସ୍ତାରିବେ

ରାଜା ଆପଣା ସୀମା

ଭୂତାଣୁ ନିମିଷକେ ଶତ ସହସ୍ର ଡିମ୍ବକୋଷ ।

ବିଚଳିତ ହେବାର କିଛି ନାହିଁ ।

ନିଜ ସ୍ତ୍ରୀର ଗୁଣ ଥିଲେ ବି ଦୃଶ୍ୟ ହୁଏନି ।

ପର ନାରୀ ପାଖରେ ନିଜକୁ

ଅକ୍ଲେଶରେ ବିକ୍ରି କରି ଦିଅନ୍ତି ।

ଆମେ ଭାରତ ମାତାର ରକ୍ଷା କବଚ'

ଜନ୍ମ ଭୂମିର ସନ୍ତାନ ପାଇଁ ଲେଖିବାକୁ

ଲେଖନୀ ମୁନ ଶୋଚନା ସାଗରେ ଭାସୁଛି

କେଉଁଠୁ ଆମ୍ଭର କେଉଁଠି ଶେଷ ......

କେହି କହି ପାରିବେ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy