STORYMIRROR

Debabrata Mishra

Abstract Tragedy Others

4  

Debabrata Mishra

Abstract Tragedy Others

ବୋଉ କାନ୍ଦୁଛି

ବୋଉ କାନ୍ଦୁଛି

1 min
318

ନା ନୟନେ ଦିଶୁଛି ଲୁହ

ନା ଶୁଭୁଛି କାନ୍ଦଣାର କରୁଣ ସ୍ୱର

ମୁଖରେ ଚିହ୍ନଟିଏ ନାହିଁ ଦୁଃଖର 

ସବୁବେଳେ ତ ହସହସ ମୁହଁରେ କଥାବାର୍ତ୍ତା

ନା ସେ ଗୁମ୍ ମାରି ବସୁଛି

ନା ସେ କାହା ଉପରେ ରାଗୁଛି

ଚିରାଚରିତ ରୋଷେଇ ଓ ଅନ୍ୟ ଘରକାମଠୁ

ଫୁର୍ସତ ମିଳିଲେ ଟିକେ ଟିଭି ଆଡ଼େ ମୁହଁ

ତାହା ପୁଣି ଆଗ୍ରହରେ ନୁହଁ

ନା ସେ ମନକୁ ମାରୁଛି

ନା ସେ ନ ଖାଇ ଶୋଉଛି

ବୋଉ କିନ୍ତୁ ପ୍ରତି ମୁହୁର୍ତ୍ତେ କାନ୍ଦୁଛି ।


ନା ସେ କରୁଛି କିଛି ଦାବୀ

ନା କହୁଛି କୁଆଡ଼େ ଟିକେ ବୁଲିବାକୁ ଯିବି

ରାତି ଅନିଦ୍ରା ମଧ୍ଯ ସେ ଆଉ ରହୁନି

କାହିଁ ଆଉ ଅଭିମାନ ବି ତ କରୁନି

କେବଳ ସ୍ୱାଭାବିକ ଜୀବନର 

କିଛି ଅଂଶ ସେ ବଞ୍ଚୁଛି

ପିଲାମାନଙ୍କ ଦେହ କଥା ହିଁ ବୁଝୁଛି

ବିଶ୍ରାମ ବୟସେ ନାନା ବ୍ୟଞ୍ଜନେ

ପିଲାଙ୍କ ପେଟକୁ ସବୁଦିନ ଭରୁଛି

ଆଉ କାହା କଥାରେ ଖୁସି ଆଲୋଚନା

ନିଜ କଥା ସତେ ସେ ଯାଇଛି ଭୁଲି

ପ୍ରକୃତରେ ନା ସେ ହସୁଛି

ନା ସେ ଲୁହ ଗଡ଼ାଇ ପାରୁଛି

ବୋଉ କିନ୍ତୁ ପ୍ରତି ମୁହୁର୍ତ୍ତେ କାନ୍ଦୁଛି ।


ନା ସେ କହିପାରୁଛି 

ନା ସେ ସହିପାରୁଛି

ଆଉ ନାହିଁ ତାର ଶୁଣିବାର ଧୈର୍ଯ୍ୟ

ନା ସେ ଆଉ କିଛି ବୁଝିବାକୁ ଚାହୁଁଛି

ପ୍ରତିଦିନ ସକାଳେ ସଞ୍ଜେ ବ୍ୟସ୍ତ ସେ

ନିଶ୍ଚିତ ତ ସେ "ନନା" ଙ୍କୁ ଝୁରୁଛି

ସେ କ'ଣ ସତରେ ହାରି ଯାଇଛି

ଶକ୍ତିହୀନ ତ ନୁହେଁ ସେ ତଥାପି ନୀରବ

ଏହା ତାର ଭୟ ଅବା ରକ୍ତପ୍ରତି ଦୁର୍ବଳତା

ସେ ସବୁ ବୁଝିପାରୁଛି 

ସେ ସବୁ ଶୁଣୁଛି ସବୁ ଜାଣିଛି

ତାକୁ କିଏ ବା କାହିଁକି ଦେବ କଷ୍ଟ

ଯନ୍ତ୍ରଣା ର ଘର ତାର ମନ ଓ ହୃଦୟ 

ପରିବାର ଡରିଯିବେ ତାର 

ତେଣୁ ସେ ବାଧ୍ଯବାଧକତା ରେ ହସୁଛି

କିନ୍ତୁ ସେ ପ୍ରତି ମୁହୁର୍ତ୍ତେ ଜଳୁଛି

ବୋଉ କିନ୍ତୁ ପ୍ରତି ମୁହୁର୍ତ୍ତେ କାନ୍ଦୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract