STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ବାପା : ତାରିବା ଠୁ ତରିବା ଯାଏଁ

ବାପା : ତାରିବା ଠୁ ତରିବା ଯାଏଁ

1 min
188

ତୁମେ ଯେବେ କାନ୍ଧରେ ବସେଇ

ମୋତେ ତୁମଠାରୁ ଉଚ୍ଚା କରି ଦେଉଥିଲ

ମୁଁ ଭୂପତିତ ହେବାର ଭୟ ଛାଡ଼ି

ନିର୍ଭୟରେ ହାତ ବଢ଼ାଉଥିଲି

ଆକାଶକୁ ଛୁଇଁବା ଆଶାରେ। 


ତୁମେ ଯେବେ କୋଳରେ ବସେଇ

କହି ବସୁଥିଲ କେତେ ସ୍ୱପ୍ନିଳ କାହାଣୀ

ମୁଁ ତୁମ ସାଥେ ଦେଖୁଥିଲି ନିଜକୁ

ଏକ ନାୟକର ସ୍ଥୂଳ ଭୂମିକାରେ

ପ୍ରେରଣାର ସ୍ରୋତସ୍ବିନୀ ନଦୀ ଧାରେ ଧାରେ। 


ତୁମେ ଯେବେ ଆଙ୍ଗୁଠିକୁ ଧରି ମୋର

ଚାଲୁଥିଲ ମୋ ପାଦ ସାଥିରେ

ମୁଁ ନିର୍ଭୀକରେ ଚାଲୁଥିଲି 

ଝୁଣ୍ଟିବାର ଭୟ ଛାଡ଼ିଦେଇ

ତୁମ ଉପସ୍ଥିତିର ସାହସ ବଳରେ। 


ତୁମେ ଯେବେ ମୋ ବାଚାଳ ପ୍ରଶ୍ନରେ ବିରକ୍ତ ନହୋଇ

ଉତ୍ତରରେ କରୁଥିଲ ତୃପ୍ତ ମୋର ଚିତ୍ତ

ମୁଁ ସଙ୍କୋଚ ପରିହାର କରି

ନିର୍ଦ୍ୱନ୍ଦରେ ମନକଥା କହୁଥିଲି ଆଗେ

ସଦା ଏକ ସୁସଙ୍ଗତ ଉତ୍ତର ଆଶାରେ। 


ଆଜି ତୁମ ବୃଦ୍ଧତ୍ୱର ଭଙ୍ଗା ପାହାଚରେ

ତୁମେ ଯେବେ ଖୋଜ ମୋର ଆଶ୍ରା

ମୁଁ ତୁମର ପାଶେ ଆସେ ମୋ ବଳକା ବେଳରେ

ବାହାନାର ଏକ ଲମ୍ବା ତାଲିକା ଧରି,

ତୁମେ ତୁମ ତାରିବା ଠୁ ତରିବାର ଅନୁଭୂତି ନେଇ

ହାତ ବୁଲାଇ ଆଣ ମୋ ହାତଭାଗ୍ୟ ମଥାରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract