କୁହୁକ ରାତିର ସୂର୍ଯ୍ୟସ୍ତ
କୁହୁକ ରାତିର ସୂର୍ଯ୍ୟସ୍ତ
ଗୋଧୂଳି- ସଂଧ୍ୟାର ଗୃହ ଫେରନ୍ତା ଗ୍ରାମ୍ୟ- କିଶୋରୀ
ଭାଗବତ ଟୁଙ୍ଗୀର ନିତ୍ୟନୈମତିକ କାର୍ଯ୍ୟଧାରା
ଓଁ କାରର ଝିଝି ଶବ୍ଦ-
ବଂଗ ବେଗୁଲୀ ରମଣ
ଝରା ଶେଫାଳୀର ମୃଣ୍ମୟୀ ମାୟା
ଏକ ମାୟାବିନୀ, କୁହୁକିନୀ ରାତିର ଆସଂତ୍ରଣ
ମାଟିର ନୁହଁ- ମାଂସର ଆମନ୍ତ୍ରଣ
ସାତରୁ ସତୁରୀ- ଅଲାଜୁକ ସାବଧାନ
ନୀଳତୃଷାର ମାୟା ମୋହଭରା ଆକର୍ଷଣ
ଚତୁର୍ଦିଗେ ପରିବ୍ୟାପ୍ତ ନୀଳଜହରର ପରିବେଶ
ଏ ରାତିର ଶେଷ କେବେ ? ଅଜଣା ଶିକାରୀର
ନାଗଫାଶରେ ଆବଦ୍ଧ ଅଭିଯାତ୍ରୀ ଅଭିମନ୍ୟୁ
ପଥଚ୍ୟୁତ, ଅବସନ୍ନ ଶରୀର- ନିର୍ବେଦ
କାହିଁ ସେ ମଧୁଷରା ସୁରଭୀ ? ଯିଏ ଦେବ
ସଂଜୀବନୀ ଭରା ଅଫୁରନ୍ତ ପ୍ରାଣ ପ୍ରାଚୁର୍ଯ୍ୟ
ଅଂଧଗଳିର ଅତ୍ୟାଚାରରୁ ନିଷ୍ପତ୍ତି କାହିଁ ?
କୁହୁକ ବଂଶୀ ସ୍ଵନରେ କିଏ ଡାକି ଆଣିଲା ସୂର୍ଯ୍ୟସ୍ତ
ବିଦାୟୀ ସୂର୍ଯ୍ୟକୁ ସମର୍ପି ପାରିଲିନି ଆଞ୍ଚୁଲାଏ ପାଣି
ଅସ୍ତାଚଳ ଗ୍ରାମୀ ସୂର୍ଯ୍ୟକୁ ଦେଉଛି କଥା
ଆଣିବି ଏ କୁହୁକ ରାତିର ଅନ୍ତ ଅନୁପ୍ରାସଭରା ସୂର୍ଯ୍ୟସ୍ତ
ଦୂର ଦିଗବଳୟ ସ୍ପର୍ଶୀ ଜୁଆରରେ-
ସୃଷ୍ଟି ଶୀଳତାର ଅପରାହ୍ନରେ ।