STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଅନୁତାପ

ଅନୁତାପ

1 min
312


ସମାଧାନ ହୁଏ ସବୁ ସମସ୍ୟାର


ଖୋଲି କହିଲେ ହିଁ କଥା,


ଖୋଲି ନ କହିଲେ ଭୟଙ୍କର ହୁଏ


ଅନୁତାପ କରେ କଥା।୧।


ବିପର୍ଯ୍ୟସ୍ତ ଆସି ହିଁ ନ ପାରେ


ସଦା ମନେ ରଖି ଥିବୁ,


ଲଜ୍ୟା ନ କରିଣ ଖୋଲି କହିଲେ ହିଁ


ପ୍ରତିକାର ହୁଏ ସବୁ।୨।


ମନରେ ରଖିଣ ପ୍ରକଟ ନ କରି


ଚାଲୁ ଥାଏ ଯେଉଁ ଜନ,


ମୁର୍ଖାମିର ଦିଏ ପରିଚୟ ସେହୁ


ଅତି ହିଁ ନିର୍ଲଜ ମନ।୩।


ଗୁରୁଜନ ପ୍ରତି ଆଦର ରଖିଣ


କହି ଦେଉ ଥାଏ ତାଙ୍କୁ,


ସମାଧାନ ସବୁ ସହଜେ ମିଳୋଇ


ନ ଆସେଟି ଦୁଃଖ ତାଙ୍କୁ।୪।


ମିଥ୍ୟା କହିବାଟି ମହାପାପ ଅଟେ


ଖୋଲି କହୁ ଥିବ କଥା,


ଖୋଲି ନ କହିଲେ ଅଲଟ ହୁଅଇ


ଅନୁତାପ ଦିଏ କଥା।୫।


ଧର୍ମ କର୍ମ ସେବା ଜୀବନେ ରତନ


ପ୍ରଭୁ ଭକ୍ତି ଅଟେ ଶ୍ରେଷ୍ଠ,


ନିତ୍ୟେ ପ୍ରଭୁ ପ୍ରତି ସମର୍ପଣ ଭାବ


ଜୀବନେ କର୍ତ୍ତବ୍ୟ ଶ୍ରେଷ୍ଠ।୬।


କାହାରି ମନରେ କଷ୍ଟ ହିଁ ନ ଦିଅ


ଦୁର୍ଲ୍ଲଭ ଜୀବନ ମନ୍ତ୍ର,


ଏପରି ବ୍ୟକ୍ତିଙ୍କ ବିଜୟୀ ନିଶ୍ଚୟ


ମନୁଷ୍ୟ ଜୀବନ ମନ୍ତ୍ର।୭।


ଗୃହସ୍ତ ପାଳନେ କର୍ମ ଆବଶ୍ୟକ


ବୃଥା ନ କରଟି ସେହୁ,


ପିଣ୍ଡା ପିଣ୍ଡା ବସି ସଙ୍ଗତ କରିଣ


କୁକର୍ମେ ଜଡ଼ିତ ନହୁ।୮।


ଏପରି କରିଲେ ଅନ୍ଧକାର ହେବ


ସବୁ ହେବ ଛିନ୍ନଭିନ୍ନ,


ଦାମ୍ପତ୍ୟ ଜୀବନ କଷ୍ଟକର ହେବ


ସବୁ ହୋଇ ଯିବ ଶୁନ୍ୟ।୯।


ରଙ୍ଗମଞ୍ଚ ଏହୁ ଅଳ୍ପ ହିଁ ସମୟ


ଅଭିନୟ ହେଉ ଥିବ,


ଅଭିନୟ ଯାର ଯେଉଁ ହିଁ ପ୍ରକାର


କର୍ମ ଏଠି କରୁ ଥିବ।୧୦।


କର୍ମ ଅନୁରୂପେ ଭାଗ୍ୟର ଉଦୟ


ମନେ ରହୁ ଏହୁ କଥା,


ରାଷ୍ଟ୍ର ସେବା ଅଟେ ଜୀବନେ କର୍ତ୍ତବ୍ୟ


ରଖି ଥିବୁ ମନେ କଥା।୧୧।


ସମାଧାନ ହୁଏ ସବୁ ସମସ୍ୟାର


ଖୋଲି କହିଲେ ହିଁ କଥା,


ଖୋଲି ନ କହିଲେ ଭୟଙ୍କର ହୁଏ


ଅନୁତାପ କରେ କଥା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract