STORYMIRROR

Bimala Sankar Dash

Abstract Others

4  

Bimala Sankar Dash

Abstract Others

ସମୁଦ୍ର ଆଖିରେ ଲୁହ

ସମୁଦ୍ର ଆଖିରେ ଲୁହ

1 min
217


      


ପୃଥିବୀକୁ ଓଦେଇଥିବା ସୀମାୟୁକ୍ତ ନୀଳ ଜଳରାଶି

ସୃଷ୍ଟି-ସ୍ଥିତି-ବିଲୟର ନୀରବ ମୂକସାକ୍ଷୀ

ସୀମାର ମର୍ଯ୍ୟାଦା ରଖି ମୁଁ ସମୁଦ୍ର- ଅମ୍ବୋରାଶି....!!!


ଗର୍ଭେ ଥିବା ସବୁ ଦେଲି ବିଶ୍ବ କଲ୍ଯାଣେ , ମୁଁ ରତ୍ନାକର

ପ୍ରତିଦାନେ ଅବିବେକୀ ମାନବ 

ସ୍ବାର୍ଥ ଚିତ୍ତେ ପ୍ରଦୂଷଣର ଅସ୍ତ୍ରରେ ଅବିରତ କରିଛ ପ୍ରହାର

ଖିନ୍ ଭିନ୍ କଲ ମୋ ହୃଦୟକୁ ଲୁଟି ନେଇ ଭଣ୍ଡାର

କୁଢେଇ ଆବର୍ଜନା ଥାଟ ବିଦୀର୍ଣ୍ଣ ମୋ ସୌମ୍ୟ ବେଳାତଟ ଧାର..!!!


ଦେଖି ପାରୁନାହଁ କି ମୋ ଆଖିର ଲୁହ , ଛାତିର ନୀଳ କୋହ

ବାତ୍ଯା ସୁନାମି ରେ ବହି ଚାଲିଥିବା ଉନ୍ମତ୍ତ ସୁଅ

ଶୁଣଥରେ ଉତ୍ତାଳ ତରଙ୍ଗର ବୁକୁଫଟା ଚିତ୍କାର

ପ୍ରତିବାଦ କରୁଥିବା ସୁଉଚ୍ଚ ଜୁଆରର ସୁଁ ସୁଁ ସୁର ..!!! 


ମୁଁ ସମୁଦ୍ର ନୀରବେ ଗୁମୁରି ଗୁମୁରି କାନ୍ଦୁଛି ....

ହେଜ ହେ ,ମାନବେ ! ସହିଛି ବୋଲି ତ ତୁମ ଟାଣପଣ

ଚାରିଖଣ୍ଡ ଧରିତ୍ରୀର ତିନିଖଣ୍ଡେ ମୋ କାୟା ବିସ୍ତାର 

ମୋ ଆଖିରୁ ଲୁହ ସଂପୂର୍ଣ୍ଣ ଝରିଯିବା ପରେ 

ଆଉ କି ଥିବ ଏ ମାନବୀୟ ମେଦିନୀପୁର..... !!! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract