ସନ୍ତାନବତ୍ସଳା ମା
ସନ୍ତାନବତ୍ସଳା ମା
ମାଆ ମାଆ ବୋଲି ସଭିଏଁ ଡାକନ୍ତି
ଅଶିଣର ଆଗମନେ
ପୂଜା ମଣ୍ଡପରେ ତୋରଣ ସଜାନ୍ତି
ମାଆଙ୍କୁ ସୁମରି ଧ୍ଯାନେ ।
ଭକ୍ତି ଅର୍ଘ୍ଯ ଢ଼ାଳି ମାଆଙ୍କୁ ପୂଜନ୍ତି
ଧୂପ ଦୀପ ନଇବେଦ୍ଯେ
ଶକ୍ତି ରୂପା ବୋଲି ମନରେ ଭାଳନ୍ତି
ଦୁଷ୍ଟ ନିପାତିବେ ଦିନେ ।
ଜଗତର ଯେତେ ଅନ୍ୟାୟ ଅଧର୍ମ
ବଢୁଅଛି ଦିନୁ ଦିନେ
ଦଶଭୂଜା ମାଆ ନିଶ୍ଚେ ଉଭା ହେବେ
ଦୁର୍ମତି ଦାନବ ହାଣେ ।
ପଣତକାନିରେ ଆଶ୍ରୟ ଦେଇଣ
ସନ୍ତାନ ସନ୍ତାପ ହରେ
ମାଆ ମାଆ ବୋଲି ସରବେ କାନ୍ଦିଲେ
କରୁଣାମୟୀ ଯେ ଶୁଣେ ।
ସନ୍ତାନ ବତ୍ସଳା ମମତାମୟୀ ଗୋ
କରେ ବନ୍ଦନା ଚରଣେ
ସକଳ କଷଣ ଆରତ ଜନର
ଦୂର କର ଅନୁକ୍ଷଣେ ।
