STORYMIRROR

Bimala Sankar Dash

Abstract

3  

Bimala Sankar Dash

Abstract

ଭୂତାଣୁ ମର୍ଦ୍ଦିନୀ

ଭୂତାଣୁ ମର୍ଦ୍ଦିନୀ

1 min
201


    

     ବରଷା ମୁହଁ ମୋଡି ପଥହୁଡା 

      ସୁଲୁ ସୁଲୁ ଶୀତେଇ ବାଆ ମୃଦୁ ସଞ୍ଚରିତ

  କୁଞ୍ଚୁକୁଞ୍ଚୁ ଧଳା ମେଘମାଳା ଆକାଶଛାତିରେ ସୁଚିତ୍ରିତ 

   କେଣ୍ଡା କେଣ୍ଡା କାଶତଣ୍ଡି ଧରଣୀ ବକ୍ଷେ ବିଭାମଣ୍ଡିତ  

          ଶରତରାଣୀ ଆଗତପ୍ରାୟ 

  ମନ୍ଦାର ମଣ୍ଡେଇ ଦେହକୁ ସଜାଇ ଅପେକ୍ଷାରତା ପ୍ରକୃତି

        ମାଆର ସ୍ବାଗତ ସୂଚନା ପାଇ

 ଛତ୍ରଭଗ୍ନ ଦେଇ ଇତଃସ୍ତତଃ ଧାବମାନ ଅଦୃଶ୍ଯ ଦାନବ -

    -ଏ କାଳର ଦୁଷ୍ଟ ଭୂତାଣୁ ଭିନ୍ନ ଏକ ମହିଷା

       ତ୍ରସ୍ତ ମାନବର ତନୁମନ ପୁଲକିତ 

       ଜିଇଁ ଉଠିବ ପୁଣିଥରେ ସଭ୍ଯତା 

       ପୁଣି ଜଳିବ ଧୂଆଁ, ଜଳିବ ଚୁଲୀ 

            ଶୁଭିବ ଘୁଁ ଘୁଁ ଶବ୍ଦ 

      କୋଳାକୋଳି ହେବେ ସବୁ ଜନପଦ 

     ସୁପ୍ତ ପୃଥିବୀ ଚେଇଁ ଉଠିବ ସ୍ବପ୍ନକୁ ସାଉଁଟି 

         ଅପସରି ଯିବ ଦାନବ ପ୍ରକୋପ 

     ପୂର୍ବ ପରି ହୋଇଯିବ ସବୁ ମାନବୀୟ ଲୀଳା  

       ନିଶ୍ଚେ ଅଦୃଶ୍ଯ ଦାନବ ସଂହାର ହୋଇବ 

   ଦଶଭୂଜା ମଙ୍ଗଳମୟୀ ମାଆ ହେଲେଣି ଧରାବିଷ୍ଟ 

          ବୋଲାଇବାକୁ ଭୂତାଣୁମର୍ଦ୍ଦିନୀ ।

                  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract