STORYMIRROR

Bimala Sankar Dash

Children

3  

Bimala Sankar Dash

Children

କୁନି ଅଭିଳାଷା

କୁନି ଅଭିଳାଷା

1 min
291


       

ଚଢେଇ ଚଢେଇ... ଉଡିବା ମୋତେ ଦେ' ଶିଖାଇ .. 

ମିଟି ମିଟି ତାରା ମେଳେ 

ଭସା ମେଘରେ ଭାସିବି 

ରୂପାଝରା ଆଲୁଅରେ 

ଜହ୍ନ ସାଥୀରେ ଖେଳିବି 

କେତେ ଗାଁ ପରବତ ଉଡିବୁଲିକା ଦେଖିବି ..... ।।


କୋଇଲି କୋଇଲି ..ଦେ' ତୋ ସୁର ଗାଇବି 

ତରୁଲତା ଗହଳରେ 

ବସି ବସିକା ଖେଳିବି 

କୁହୁ କୁହୁ ଗୀତ ଗାଇ 

ବଣ ପାହାଡେ ଉଡିବି 

ମଳୟର ମହକରେ ଶାନ୍ତି ଗୀତିକା ଗାଇବି ..... ।।


ଏ କଇଁ ଏ କଇଁ... ହସିବା ମୋତେ ଦେ' ଶିଖାଇ 

ଛୋଟକଳି ଅଟେ ମୁହିଁ 

କହ କେମିତି ଫୁଟିବି 

ଗଛ ଡାଳେ ଝୁଲି ଝୁଲି 

ବାସ କେମିତି ବାଣ୍ଟିବି 

ସୁମହକରେ ଦୁନିଆକୁ ମହକିତ କରିବି.... ।।


ଏ ନଈ ଏ ନଈ... କୁଳୁ କୁଳୁ ଯାଉ ବହି 

ମୁଁ ତ ଏକ ଜଳବିନ୍ଦୁ 

କହ କେମିତି ଝରିବି 

ନଈ ଭଳି ଝରି ଝରି 

ସାଗରେ ଦିନେ ମିଶିବି 

ମିଠା ମିଠା ପାଣି ଦେଇ ତୃଷାଜନକୁ ତୋଷିବି ....।। 

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children